ହଟ୍ଟଗୋଳ ସହିତ ଆରମ୍ଭ ହେଲା ଲୋକସଭାର ପ୍ରଥମ ଅଧିବେଶନ: ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି

95

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ସଂସଦ ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଆରମ୍ଭ ହୋଇଛି। ବିଜେପି ନେତା ତଥା ସାତଥର ସାଂସଦ ଭର୍ତ୍ତୁହରୀ ମହତାବଙ୍କୁ ପ୍ରୋଟମ ସ୍ପିକର ଭାବେ ମନୋନୀତ କରାଯାଇଛି। ତେବେ ଏଥିପାଇଁ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଜେପି ସାଂସଦ ତଥା ପ୍ରୋଟେମ ବାଚସ୍ପତି ଭର୍ତ୍ତୁହରୀ ମହତାବ ନବ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରୁଛନ୍ତି। ସାଂସଦ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିବା ପରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳିଛି ଏବଂ ଏହି ସମୟ ମଧ୍ୟରେ ସେ ତାଙ୍କ ହାତରେ ସମ୍ବିଧାନର ଏକ କପି ଧରିଛନ୍ତି।

Comments are closed, but trackbacks and pingbacks are open.