ଇଟାଲୀରୁ ଆସିଲା ନବୀନଙ୍କ ପ୍ରଥମ ଫଟୋ। ଭାରତର ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ।

42

ଇଟାଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶରୁ ତାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଦୀର୍ଘ ବର୍ଷ ପରେ ବିଦେଶ ଗସ୍ତରେ ଯାଇଥିବା ନବୀନ ସେଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଖାଦ୍ୟ ସୁରକ୍ଷା ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବୀନ ସାମିଲ ହେବେ । ଇଟାଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ରୋମସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି । ଖାଦ୍ୟ ସୁରକ୍ଷା ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନା ନେଇ ନବୀନ ପଟ୍ଟନାୟକ ସେଠାରେ ମତ ରଖିବେ ।


ସେହିଭଳି ନବୀନ ରୋମ ଯାଇ ପୋପ ଫ୍ରାନସିସଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ପୋପଙ୍କୁ ସାକ୍ଷାତ କରିବେ ।ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବେ ନବୀନ । ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍ ଙ୍କୁ ଫ୍ରାନସିସ୍ ସିଟିରେ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ର ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଧର୍ମାନୁଷ୍ଠାନ ହେଉଛି ଭାଟିକାନ ସହର ଓ ଏଠାରେ ରହୁଥିବା ପୋପ ଫ୍ରାନସିସ ଏମାନଙ୍କ ସର୍ବମାନ୍ୟ ଧର୍ମଗୁରୁ । ତେଣୁ ପୋପଙ୍କୁ ଭେଟି ଐତିହାସିକ ରେକର୍ଡ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ତାଙ୍କ ଭାବମୂର୍ତିକୁ ବିଶ୍ୱ ଦରବାରରେ ଆହୁରି ବ୍ୟାପକ କରିପାରିବ ।

Comments are closed, but trackbacks and pingbacks are open.