ରାଜଧାନୀରେ ପ୍ରଥମ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ପୋଲିସ୍ ଗୁଳିରେ ଆହତ
୨୦୨୨ ର ରାଜଧାନୀରେ ପ୍ରଥମ ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଚକରା ବାରିକ ଆହତ । ଚକରା ବାରିକର ଡାହାଣ ଗୋଡ଼ରେ ବାଜିଛି ଗୁଳି, ତେବେ ତାକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ସୂଚନା ଅନୂଯାୟୀ, ବୁଧବାର ବିଳମ୍ବିିତ ରାତିରେ ଚକରାକୁ ଧରିବାକୁ ଯାଇଥିବା ସମୟରେ ସ୍ଥାନୀୟ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଚକରା ଏବଂ ତା’ର ୬ରୁ ୭ ଜଣ ସହଯୋଗୀ ଚକରା ନେତୃତ୍ୱରେ ବଡ଼ ଅପରାଧ ପାଇଁ ମସୁଧା କରୁଥିବା ଖବର ପାଇ ପୋଲିସ ସ୍ପେଶାଲ ସ୍କ୍ଵାଡ ସେଠାରେ ପହଞ୍ଚିଥିଲା । ଏହି ସମୟରେ ଚକରା ତରଫରୁ ପ୍ରଥମେ ପୋଲିସ ଉପରକୁ ବୋମାମାଡ଼ ଓ ଗୁଳି ଚଳାଇଥିଲା । ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ମଧ୍ୟ ଏନକାଉଣ୍ଟର କରିଥିଲା । ତେବେ ଅପରାଧୀ ମାନଙ୍କ ପାଖରେ ପିସ୍ତଲ, ହାତ ବୋମା, ଭୁଜାଲି ଆଦି ମାରଣାସ୍ତ୍ର ଥିଲା । ଏନକାଉଣ୍ଟରେ ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’ର ସହଯୋଗୀ ଖସିପଳାଇବାରେ ସଫଳ ହୋଇଥିଲା ।
ତେବେ ଏହି ଏନକାଉଣ୍ଟରବେଳେ ଚକରା ଓ ତା’ର ସହଯୋଗୀର ବୋମାମାଡ଼ରେ ୨ ପୋଲିସ ଆହତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ଘଟଣାସ୍ଥଳରୁ ବୋମା ଓ ମାରଣାସ୍ତ୍ର ଜବତ କରାଯାଇଛି । ଏବେ ଆହତ ଚକରାକୁ ଏସସିବି ସ୍ଥାନାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.