ଏସ୍‌ସିବିରେ ପ୍ରଥମ ଇକ୍‌ମୋ ଚିକିତ୍ସାଧୀନଙ୍କ ହୃଦ୍‌ଘାତ ରେ ମୃତ୍ୟୁ

27

କଟକ ଏସସିବି ମେଡିକାଲରେ ଇକ୍‌ମୋ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ଶନିବାର ମୃତ୍ୟୁ ଘଟିଛି ।ମୃତକଙ୍କ ନାଁ ଜଗନ୍ନାଥ ପ୍ରଧାନ(୩୨)। ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଏସ୍‌ସିବିରେ ଏହା ପ୍ରଥମ ଇକ୍‌ମୋ ମୃତ୍ୟୁ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।

ଗତ ୨୯ ତାରିଖରେ ଜଗନ୍ନାଥ କରୋନାରେ ଆକ୍ରାନ୍ତ ହୋଇ ବହୁ ଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା Iପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ତାଙ୍କୁ ଏସସିବି କରୋନା ଓ୍ଵାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଥିଲାବେଳେ ଶନିବାର ଅପରାହ୍‌ଣରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ହୃଦ୍‌ଘାତ ହୋଇ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ଏକ୍‌ମୋ ବ୍ୟବସ୍ଥା ରେ ଏସ୍‌ସିବିରେ ଏବେ ଆଉ ୨ ଜଣ ରୋଗୀ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟ ରୁ ଜଣେ ହେଉଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ Iତାଙ୍କୁ ମଧ୍ୟ ଗତକାଲି ଏସସିବି ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏଠାକୁ ଅଣାଯାଇଛି।

Leave A Reply

Your email address will not be published.