ସଟ୍ ସର୍କିଟରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

18

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ମୁଖ୍ୟ ଚିକିତ୍ସାଳୟର ସିଟି ସ୍କାନ ଓ ଡାଓଲିସିସ୍ ସେଣ୍ଟେରର ଏସିରେ ସଟ୍ ସର୍କିଟ ଯୋଗୁଁ ଲାଗିଲା ନିଆଁ । ସିଟି ସ୍କାନ ଓ ଡାଓଲିସିସ ସେଣ୍ଟରରେ ଚିକିତ୍ସାଧିନ ୧୧ ଜଣ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି । ଖବର ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସିଟି ସ୍କାନ ଓ ଡାଇଲେସିସ କେନ୍ଦ୍ରରେ କୌଣସି କାରଣରୁ ଏସିରୁ ସଟ ସର୍କିଟ ହୋଇ ରୁମରେ ନିଆଁ ଲାଗିଗଲା। ସଙ୍ଗେ ସଙ୍ଗେ ସେଠାରେ ଥିବା ସୁରକ୍ଷା କର୍ମୀ ଓ ମେଡିକାଲ ଷ୍ଟାଫ ପହଞ୍ଚି ଅଗ୍ନି ନିର୍ବାପକ ଯନ୍ତ୍ର ସାହଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ । ସେହି ସମୟରେ କକ୍ଷ ଭିତରେ ଏଗାର ଜଣ ରୋଗୀ ଥିଲେ । ସଙ୍ଗେ ସଙ୍ଗେ ୬ ଜଣ ଡାକ୍ତର ଏବଂ ୨୦ରୁ ଅଧିକ ମେଡିକାଲ କର୍ମଚାରୀ ପହଞ୍ଚି ସମସ୍ତ ରୋଗୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରିଥିଲେ । ସେହି ସମୟରେ ଜଣେ ରୋଗୀ ବେହୋସ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାକୁ ସଙ୍ଗେ ସଙ୍ଗେ ଡାକ୍ତରୀ ଦଳ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.