ଓଡ଼ିଶା ମାଟିରେ ସେଓ ବଗିଚା କଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ

43

ପେଶାରେ ଚଳିଚ୍ଚିତ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ନାଟ୍ୟକାର ହେଲେ ଅଜି ସିଏ ଜଣେ ସଫଳ ଚାଷୀ । ପିଲାବେଳୁ ଗଛଲତାଙ୍କ ପ୍ରତି ଥିବା ତାଙ୍କର ଅହେତୁକ ଭଲପାଇବା ଆଜି ଏକ ସାକାର ରୂପ ନେଇଛି । ନିଜସ୍ୱ ଚେଷ୍ଟାରେ ହୋଇପାରିଛନ୍ତି ରାଜ୍ୟର ଜଣେ ସଫଳ ଓ ଅଗ୍ରଣୀ ଚାଷୀ । ଆମେ କହୁଛୁ ସୁନ୍ଦରଗଡ ବାସିନ୍ଦା ପ୍ରଦୀପ ଭୋଳଙ୍କ କଥା ।

ଦିନ ଥିଲା ତାଙ୍କର ଲେଖନୀରୁ ଝରିପଡୁଥିଲା ଅନେକ ନାଟକର କାହାଣୀ । ଅନେକ ଚଳଚ୍ଚିତ୍ରକୁ ନିଜ ନିର୍ଦ୍ଦେଶନାରେ ରୂପରେଖ ଦେଉଥିଲେ । ହେଲେ ରଙ୍ଗୀନ ଦୁନିଆଁର ଏହି ବ୍ୟକ୍ତିତ୍ୱ ଜଣକ ପ୍ରକୃତି ପ୍ରେମରେ କିଛି କମ ମତୁଆଲା ନୁହଁନ୍ତି । ଗଛଲତାଙ୍କ ପ୍ରତି ତାଙ୍କର ଅହେତୁକ ଭଲପାଇବା ତାଙ୍କୁ ଜଣେ ସଫଳ ଚାଷୀ ଭାବେ ଗଢିତୋଳିଛି ।
ଚଳଚ୍ଚିତ୍ର ନିର୍ଦ୍ଦେଶକପ୍ରଦୀପ ଭୋଳଙ୍କ ପାଇଁ ଚାଷ ଖାଲି ଚାଷ ନୁହେଁ ବରଂ ସବୁଜ ଶିଳ୍ପ । ଏଥିରେ କେବଳ ପୁରୁଣା ଉପାୟକୁ ଆଶ୍ରୟ କରି ନୁହେଁ ବରଂ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଚାଷ କଲେ ଚାଷରେ ସଫଳ ହେବା ସୁନିଶ୍ଚିତ ବୋଲି କହିଛନ୍ତି ପ୍ରଦୀପ ଭୋଳ ।ରଙ୍ଗୀନ ଦୁନିଆଁରୁ ଚାଲିଆସି ନିଜ ଗାଁରେ ୧୬ ଏକର ଜମିରେ କରିଛନ୍ତି ସେଓ ଠାରୁ ଆରମ୍ଭ କରି ଲିଚି, ଆମ୍ବ, ହାଇବ୍ରିଡ୍ ପିଜୁଳି ଚାଷ । ତାଙ୍କ ଏହି ଫାର୍ମ ହାଉସରୁ ଉତ୍ପାଦନ ହେଉଛି ଟନ୍ ଟନ୍ ଫଳ । ଏହାକୁ ଏକ ମାର୍କେଟିଙ୍ଗ ୟୁନିଟ୍ ମାଧ୍ୟମରେ ବଜାରରେ ବିକ୍ରି କରାଯାଇପାରୁଛି । ତାଙ୍କର ଏହି ଫାର୍ମ ହାଉସରେ ରହିଛି ୧୨ଶହରୁ ଅଧିକ ସେଓ ଗଛ, ପାଖାପାଖି ୨୫ଶହ ପିଜୁଳି ଗଛ, ୧୦୦ରୁ ଅଧିକ ଲିଚୁ ଗଛ, ।ଏହାସହ ରହିଛି ଶହଶହ ଆମ୍ବ, ଲେମ୍ବୁ ଓ ନଡିଆ ଗଛ ।ତାଙ୍କର ଏହି ଉଦ୍ୟମରେ ଅନେକ ସ୍ଥାନୀୟ ଲୋକେ ଏଠାରେ କାମ କରି ସ୍ୱାବଲମ୍ବୀ ହୋଇପାରିନ୍ତି ।

Comments are closed, but trackbacks and pingbacks are open.