ଜବରଦସ୍ତ ଆୟ କରୁଛି ଫିଲ୍ମ ‘ଆଦିପୁରୁଷ

861

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷା ପରେ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ମୁକ୍ତିଲାଭ କରିଛି । ଫିଲ୍ମଟି ରିଲିଜର ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚଳଚ୍ଚିତ୍ରଟି ପ୍ରଥମ ଦିନରେ 90 କୋଟି ବ୍ୟବସାୟ କରିଛି ।

ଏହି ବିଗ୍ ବଜେଟ ଫିଲ୍ମଟି 5 ଟି ଭାଷାରେ ମୁକ୍ତିଲାଭ କରିଥିବା ବେଳେ କେବଳ ହିନ୍ଦୀ ସ୍କ୍ରିନିଂରେ 36-38 କୋଟି ଟଙ୍କାର ଆୟ କରିଛି । ପ୍ରଥମ ଦିନରେ ବକ୍ସ ଅଫିସରେ ‘ଆଦିପୁରୁଷ’ର ଦବଦବା ଦେଖିବା ପାଇଁ ମିଳୁଛି ।

ତେବେ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହି ବିଗ୍ ବଜେଟ ଫିଲ୍ମର କ୍ରେଜ୍ ଦେଖିବା ପାଇଁ ମିଳୁଛି । ସେହିପରି ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି ।

Comments are closed, but trackbacks and pingbacks are open.