ରଙ୍ଗର ପର୍ବ ହୋଲି ରେ ରଙ୍ଗେଇ ହେଲା ରାଜଧାନୀ

29

ଆଜି ରଙ୍ଗ ଓ ଭାଇଚାରାର ପର୍ବ ହୋଲି I ଗାଁ ଠାରୁ ସହର ପର୍ଯ୍ୟନ୍ତ ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ରଙ୍ଗ ଅବିର ବୋଳି ମିଠା ଖୁଆଇ ମସଗୁଲ ହେଉଛନ୍ତି ଲୋକେ I କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲିଯାନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯିବେ ନାଚ, ଗୀତରେ।
ଏଥିସହ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ଯେମିତି ସମସ୍ତେ ବ୍ୟାକୁଳ। ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ।
ପୁରୀ ଶ୍ରୀମନ୍ଦିର ରେ ଫଗୁ ଦଶମୀ ରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି କାନ୍ତି ସହ ସୁନା ବେଶ ଅନୁଷ୍ଠିତ ହୋଇଥାଏ I ଯାହାକୁ ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମି ଥାଏ I ଗତ ଦୁଇ ବର୍ଷ ଧରି କରୋନା କଟକଣା ହୋଲି ପାଳନରେ ବାଧକ ସାଜିଥିବାବେଳେ ଏଥର କରୋନା କଟକଣା ନ ଥିବାରୁ ଗତ କାଲି ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କର ସୁନାବେଶ ଦେଖିବାକୁ ପ୍ରବଳ ଜନ ଗହଳି ହୋଇଥିଲା I ଏଥିରେ କିଛି ସମୟପାଇଁ ବଡ଼ ଦାଣ୍ଡରେ ଠେଲାପେଲା ହୋଇ ଦଳ ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା I
ସେହିପରି ରାଜ୍ୟରେ କରୋନା କଟକଣା ର ଆଳ ଦେଖାଇ ରାଲି କୁ ହଁ ଆଉ ହୋଲି କୁ ନାଁ ଥିବାବେଳେ ,ଜନସାଧାରଣ ଏହାକୁ ଭୃକ୍ଷେପ ନ କରି ଆଜି ପାଣି ହୋଲି ପର୍ବକୁ ବେଶ ଆନନ୍ଦ ସହକାରେ ପାଳନ କରିଛନ୍ତି I ତେବେ ଓଡିଶାରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି । ତେଣୁ ରାଜଧାନୀ ରାଜରାସ୍ତାରେ ବିଶେଷ ଭାବରେ ହୋଲିଖେଳ ର ଆସର ଜମି ନଥିବା ବେଳେ I ବିଭିନ୍ନ ସାହି ଏବଂ ଆପାର୍ଟମେଣ୍ଟ ଗୁଡିକରେ ବେଶ ଧୁମ ଧାମ ରେ ପାଳନ କରିଛନ୍ତି ହୋଲି I

ସେହି ପରି ରାଜଧାନୀ ଉପକଣ୍ଠସ୍ଥ ହଂସପାଳ ରେ ଥିବା ‘ଏମିନେନ୍ସ କୋରାଲ’ ଆପାର୍ଟମେଣ୍ଟ ର ଅନ୍ତେବାସୀ ମାନେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଆରା ଢଙ୍ଗରେ ପାଳନ କରିଛନ୍ତି ହୋଲି ପର୍ବଟିକୁ I ଏହି ଆପାର୍ଟମେଣ୍ଟ ରେ ଦେଖିବାକୁ ମିଳିଥାଏ ଭାଇଚାରା ର ନିଚ୍ଛକ ଝଲକ I ଆବାଳ ବୃଦ୍ଧବନିତା ସବୁ ମନମାଳିନ୍ୟତାକୁ ଭୁଲି ଏକକ ପରିବାର ହୋଇ ଖୁବ ଆନନ୍ଦ ନେଇଥାନ୍ତି ପର୍ବ ଟିର I ଏଠାରେ ବିଶେଷ କରି ମହିଳା ମାନଙ୍କୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦିଆଯାଇଥାଏ I ନିଜ ନିଜର ଘରକାମ ସାରି ମହିଳାମାନେ ଏଠାରେ ରଙ୍ଗ ଅବିର ଖେଳ ସହିତ ନାଚଗୀତ ର ଭରପୁର ମଜା ଉଠାଇ ଥାନ୍ତି I ବର୍ଷକୁ ଥରେ ମାତ୍ର ଥରେ ହୋଲି ଆସୁଥିବାରୁ ,ଏଠାରେ ସମସ୍ତେ ଧୁମ୍ ଧାମରେ ହୋଲି ଉତ୍ସବକୁ ପାଳନ କରିବାକୁ ଅପେକ୍ଷା ରେ ଥାନ୍ତି I

Comments are closed, but trackbacks and pingbacks are open.