ଖୁବ ଶୀଘ୍ର ଆସିପାରେ ଫେବୃଆରୀ ଗାଇଡଲାଇନ୍

16

ଗତ ୫ ଦିନ ମଧ୍ୟରେ ରାଜ୍ୟରେ କରନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି I ଆଜି ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଖୁବ ଶୀଘ୍ର ଆସିପାରେ ଫେବୃଆରୀ କୋଭିଡ କଟକଣା ଗାଇଡ଼ ଲାଇନ Iଅଧିକାଂଶ ସ୍ଥାନରେ କଟକଣା କୋହଳ ହୋଇପାରେ । ସ୍କୁଲ ଓ କଲେଜ ଖୋଲିବା ଉପରେ ମଧ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ! ତେବେ ରାଜ୍ୟରେ ସମ୍ପୂର୍ଣ୍ଣ ସ୍ଥିତି ବର୍ତ୍ତମାନ ସୁଧୁରି ନାହିଁ I ତେଣୁ ନିଜକୁ ବିପଦମୁକ୍ତ ରଖିବା ପାଇଁ କରୋନା ନିୟମ ମାନିବା ସହ ଟିକା ନ ନେଇଥିଲେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ଡ଼େଲଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ ।ଏବେ ରାତି ୯ଟାରୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଅତି କମରେ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିପାରେ । ସେହିପରି ନାଇଟ କର୍ଫ୍ୟୁକୁ କୋହଳ କରିପାରନ୍ତି ସରକାର । ସାମୁହିକ ଭୋଜି ଏବଂ ବିବାହରେ ୧୦୦ ଓ ଶେଷକୃତ୍ୟରେ ୫୦ ଜଣଙ୍କୁ ଅନୁମତି ଥିଲା । ଏହା ଉପରେ ଗାଇଡ଼ ଲାଇନ ରେ କୋହଳ ହୋଇପାରେ ବୋଲି ଆଶା କରାଯାଉଛି I ତେବେ ଆଗକୁ ଦୁଇଟି ନିର୍ବାଚନ ଥିବାରୁ ଅଯଥା ଭିଡ଼ ଭIଡ କୁ ଏଡ଼ାଇବା ପାଇଁ ମଧ୍ୟ ଗାଇଡ଼ ଲାଇନ ରେ କୁହାଯାଇପାରେ ।

Leave A Reply

Your email address will not be published.