ଦିନ ଦ୍ୱିପହରରେ ବାପା ପୁଅଙ୍କୁ ଗୁଳିମାଡ଼

23

ଦିନ ଦ୍ୱିପହରରେ ବାପ ଓ ପୁଅ ଙ୍କୁ ଗୁଳିମାଡ଼ କରି ଫେରାର ହେଇଗଲେ ଦୁର୍ବୁର୍ତ୍ତ I ଘଟଣା ଘଟିଛି ନୂଆପଡା ଥାନା ସିନାପାଲି ଛକରେ I ଦୁର୍ବୁର୍ତ୍ତଙ୍କ ଗୁଳିରେ ଉଭୟ ଆହତ ଙ୍କୁ ନୂଆପଡ଼ା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବାପପୁଅଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ। ଘଟଣାସ୍ଥଳରେ ଖଡିଆଳ SDPO ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଏପରି ଘଟିଛି ସେନେଇ ପୋଲିସ ଛାନଭିନ୍ ଜାରି ରଖିଛି । ସୂଚନା ଥାଉକି , ଗାଡି ପାର୍କିଂକୁ ନେଇ ଏଭଳି ଘଟିଥିବା ଜଣାପଡିଛି । ବାପା ଓ ପୁଅ ଏକ ବାଇକ ରେ ଯାଉଥିବା ବେଳେ ପଛୁରୁ ଏକ କାର୍‌ ଆସୁଥିଲା। ସିନାପାଲି ଛକରେ କାର୍‌ରେ ଥିବା ଦୁର୍ବୃତ୍ତମାନେ ବାପାପୁଅଙ୍କୁ ୨ ରାଉଣ୍ଡ ଗୁଳି ଚାଳନା ଫେରାର ହୋଇଯାଇଥିବା,ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି I

Comments are closed, but trackbacks and pingbacks are open.