୨୦୨୨ରେ ଘଟିବ ମହାମାରୀର ଅନ୍ତ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

16

ନୂଆ ବର୍ଷ ଆରମ୍ଭ ରେ ମହାମାରୀ ର ପ୍ରଭାବ କୁ ନେଇ ଏକ ଆଶ୍ଵସ୍ତିକର ଖବର ଆଣି ଦେଇଛି Iଏହି ବର୍ଷ ଦେଶରେ ଶେଷ ହେବାକୁ ଯାଉଛି ମହାମାରୀର ତୃତୀୟ ଲହର ର ସମ୍ଭାବନା I ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ର ଆକଳନ ଅନୁସାରେ ୨୦୨୨ରେ କରୋନା ମହାମାରୀର ଅନ୍ତ ହୋଇଯିବ ବୋଲି ଆଶା । ଡବ୍ଲୁଏଚ୍ଓ ମହାନିର୍ଦ୍ଦେଶକ କହିଛନ୍ତି କରୋନା ବିରୋଧୀ ଲଢେଇରେ ଟିକା ହେଉଛି ମୁଖ୍ୟ ଅସ୍ତ୍ର । ଏହା ସହ ଟିକା ଅସମତା ଦୂର କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଟିକାର ଅସମତା ଯୋଗୁ ନୂଆ ଭ୍ୟାରିଆଂଟ ଜନ୍ମ ନେଉଛି । ଟିକା ଅସମତା ରହିଲେ ମହାମାରୀର ପ୍ରଭାବ ରହିବ ।
ଯେତେ ଶୀଘ୍ର ଟିକା ଅସମତା ଦୂର ହେବ, ସେତେ ଶୀଘ୍ର ମହାମାରୀର ଅନ୍ତ ହେବ । ଏବେ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ ସାରା ବିଶ୍ୱକୁ ଆତଙ୍କିତ କରିଛି । ଭାରତରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତର କରୋନାର ତୃିତୀୟ ଲହର ଦ୍ୱାର ଦେଶରେ ପହଂଚି ସାରିଲାଣି । ଦୁଇ ବର୍ଷ ଧରି କରୋନା ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏହାରି ଭିତରେ ଡବ୍ଲୁଏଚଓର ଆକଳନ ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି I
ସମଗ୍ର ବିଶ୍ୱରେ ଅନେକ ବୈଜ୍ଞାନିକ ମାନେ ଓମିକ୍ରନ ମହାମାରୀର ଶେଷର ପର୍ଯ୍ୟାୟ ବୋଲି କହିଛନ୍ତି I ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଦେଶର ୬୦ ରୁ ୭୦ % ଲୋକ ଟୀକାକରଣ ଜନିତ ଆଣ୍ଟିବଡି ତିଆରି କରି ନିଅନ୍ତି , ସେତେବେଳେ କୌଣସି ନୂତନ ଜୀବାଣୁ ଶରୀର ରେ ପ୍ରବେଶ କରିପାରେ ନାହିଁ । ସେହି ଅନୁସାରେ ବର୍ତ୍ତମାନ ଦେଶରେ ଟୀକାକରଣ କୁ ଜୋରଦାର କରାଯିବ ସହିତ କିଶୋର ମାନଙ୍କ ଟୀକାକରଣ ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି I

Leave A Reply

Your email address will not be published.