ଧାନ ଖଳାରେ ଚାଷୀଙ୍କୁ ଦଳିଦେଲା ହାତୀ

22

ଭୁବନେଶ୍ବର: ଥମୁନି ହାତୀ ଓ ମଣିଷ ଭିତରେ ଲଢ଼େଇ। ଦେବଗଡ଼ ଜିଲ୍ଲାରେ ରିଆମାଳ ରେଞ୍ଜ କୋଲବସା ପଞ୍ଚୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଚାଷୀକୁ ଦଳି ଦେଇଛି ଏକ ହାତୀ। ମୃତ ଚାଷୀ ଜଣକ ହେଉଛନ୍ତି ଚିରଗୁଣିକୁଦର ଗ୍ରାମର ରମେଶ କିସାନଙ୍କ ପୁଅ ଭାଗ୍ୟ କିସାନ (୩୫)। ଭାଗ୍ୟ କିସାନ ଧାନ ଖଳାରେ ଧାନ ବେଙ୍ଗଳା ସାରି ଜଗିଥିଲେ।ରାତି ୨ ଟା ୩୦ ସମୟରେ ଏକ ହାତୀ ଆସି ତାଙ୍କୁ ଦଳି ଦେଇଥିଲା। ହାତୀର ରଡ଼ି ଓ ଭାଗ୍ୟଙ୍କ ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିଥିଲେ । ଦେଖିବା ବେଳକୁ ହାତୀ ତାଙ୍କୁ ଆକ୍ରମଣ କରି ସାରିଥିଲା। ସକାଳେ ଖବର ପାଇ ରେଞ୍ଜର ନିରଞ୍ଜନ ଧାରୁଆ ସଦଳବଳେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed, but trackbacks and pingbacks are open.