ଟ୍ୱିଟରେ ବିଜେଡିର ନିର୍ବାଚନ ପ୍ରଚାର !

24

ନୂଆ ଢଙ୍ଗରେ ବିଜେଡିର ନିର୍ବାଚନ କ୍ୟାମ୍ପନେ । ଟ୍ୱିଟରେ ଟ୍ରେଣ୍ଡରେ ଶଙ୍ଖ ମୋ ଗର୍ବ । ସୋସିଆଲ୍ ମିଡିଆରେ ଶଙ୍ଖର ଦଳୀୟ କ୍ୟାମ୍ପେନ! ଚର୍ଚ୍ଚାରେ ନବୀନ । କ୍ୟାମ୍ପନେକୁ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ବର୍ତ୍ତମାନ ବିଜୁ ଜନତା ଦଳର ଦଳୀୟ କ୍ୟାମ୍ପେନ୍ ଶଙ୍ଖ ମୋ ଗର୍ବ ଟ୍ରେଣ୍ଡ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଟ୍ୱିଟର ଟ୍ରେଣ୍ଡିଂରେ ଏହା ଏକ ନମ୍ବର ସ୍ଥାନରେ ଥିବାବେଳେ, ମୋଟ ସାଢେ ୩ ହଜାରରୁ ଅଧିକ ଟୁଇଟ୍ ହୋଇସାରିଲାଣି । ଏପରିକି ବିଜେଡିର ବିଧାୟକ, ମନ୍ତ୍ରୀ ଓ ସାଂସଦମାନେ ଶଙ୍ଖ ମୋ ଗର୍ବ କହି ନିଜ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଭିଡିଓ ସେୟାର କରୁଛନ୍ତି । ଖାଲି ସେତିକି ନୁହେଁ, ଏହି ସ୍ଲୋଗାନକୁ ନେଇ ବିଜେଡି ଏକପ୍ରକାରର ବ୍ରାଣ୍ଡିଂ ମଧ୍ୟ ଆରମ୍ଭ କରିଛି ।

ତେବେ ହଠାତ୍ କାହିଁକି ଏହି କ୍ୟାମ୍ପେନ୍ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ମୋରଡା ବିଜେଡି ବିଧାୟକ ରାଜକିଶୋର ଦାସଙ୍କ କହିବା କଥା, “ନବୀନ ପଟ୍ଟନାୟକ ହେଉଛନ୍ତି ଆମର ନେତା ଏବଂ ବିଜୁ ଜନତା ଦଳର ଚିହ୍ନ ହେଉଛି ଶଙ୍ଖ ଚିହ୍ନ । ତେଣୁ ଶଙ୍ଖ ହେଉଛି ମୋର ଗର୍ବ । ଶଙ୍ଖ ଚିହ୍ନକୁ ଗାଁ ଗାଁରେ ଏବଂ ଘରେ ଘରେ ପହଞ୍ଚାଇବା ଆମର ଲକ୍ଷ୍ୟ । ସବୁ ଭୋଟର ଜାଣିବା ଦରକାର, ଶଙ୍ଖ ତାଙ୍କର ଚିହ୍ନ । ଆଗାମୀ ଦିନରେ ଶଙ୍ଖ ଚିହ୍ନ ହିଁ ନିର୍ବାଚନ ବୈତରଣୀ ପାର୍ ହେବ । ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଆମେ ଚେଷ୍ଟା କରୁଛୁ । ତେଣୁ ବିଜୁ ଜନତା ଦଳର ସବୁ କର୍ମୀମାନେ ମିଳିମିଶି ଏହି କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ।

ତେବେ ଏହାରି ଭିତରେ ବିଜେଡିର ଏହି ଦଳୀୟ କ୍ୟାମ୍ପେନ୍ ଟ୍ୱିଟରରେ ଟ୍ରେଣ୍ଡ କରିବା ସହିତ ଏକ ନମ୍ବର ଟ୍ରେଣ୍ଡିଂରେ ରହିଛି । ତେବେ ୨୪ରେ କେତେ କାମ ଦେଉଛି ନବୀନଙ୍କ ସୋସିଆଲ ମିଡିଆ କ୍ୟାମ୍ପନ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.