ନିର୍ବାଚନ ଆୟୋଗକୁ ଲାଗିଲା ବଡ ଝଟକା !

16

ସୁପ୍ରିମକୋର୍ଟର ବଡ ରାୟ । ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ନିର୍ବାଚନ ଆୟୋଗ ଚୟନରେ ପ୍ରଧାନମନ୍ତ୍ରୀ, ମୁଖ୍ୟ ବିଚାରପତି ଓ ବିରୋଧୀଦଳର ନେତା ସାମିଲ ହେବେ । ଆଦେଶ ଦେବା ବେଳେ କୋର୍ଟ କହିଛନ୍ତି କି, ପ୍ରଧାନମନ୍ତ୍ରୀ, ମୁଖ୍ୟ ବିଚାରପତି ଓ ବିରୋଧୀଦଳର ନେତାଙ୍କ କମିଟି ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି କରିବେ ।

ଏହା ବ୍ୟତୀତ ସମାନ ସୁରକ୍ଷା ଏବଂ ସିଇସି ଓ ଇସିଙ୍କୁ ହଟାଇବା ପାଇଁ ଏକ ସ୍ୱଭାବିକ ପ୍ରକ୍ରିୟା ହେବା ଉଚିତ ବୋଲି କୋର୍ଟ କହିଛନ୍ତି । ନିର୍ବାଚନ କମିଶନର ଓ ମୁଖ୍ୟ ନିର୍ବାଚନ ଆୟୋଗ ଚୟନରେ ସ୍ୱଚ୍ଛତା ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଏହାର ଶୁଣାଣି ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । କୋର୍ଟ କହିଛନ୍ତି କି, ନିର୍ବାଚନ ଆୟୁକ୍ତ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀଦଳ ନେତା ଓ ପ୍ରଧାନ ବିଚାରପତିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବ ।

ସେପଟେ କୋର୍ଟ,ନିର୍ବାଚନ ଆୟୁକ୍ତ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ସହିତ ଜଡିତ ମାମଲାର ଶୁଣାଣି କ୍ରମରେ କହିଛନ୍ତି କି ଲୋକତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟା ନିରପେକ୍ଷତା ହେବାର ଆବଶ୍ୟକତା ରହିଛି ନହେଲେ ପରିଣାମ ବିନାଶକାରୀ ହୋଇପାରେ ।

Comments are closed, but trackbacks and pingbacks are open.