‘ଓମିକ୍ରୋନ୍’ ବିରୋଧରେ କରୋନା ଭାକସିନ୍ ର ପ୍ରଭାବ କମ୍ ପଡିପାରେ : ଡା. ରଣଦୀପ ଗୁଲେରିୟା

16

କରୋନା ଭାଇରସର ବିପଦରୁ ସାରା ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପରି ନ ଥିବା ବେଳେ ଏହାର ଏକ ନୂଆ ପ୍ରଜାତି ‘ଓମିକ୍ରୋନ୍’ ବିଶ୍ୱବାସୀ ଙ୍କୁ ଆତଙ୍କିତ କରି ସାରିଲାଣି I ଏକ ଆକଳନ ଅନୁଯାୟୀ, ପ୍ରାୟ ୨୬୨ ନିୟୁତ ଲୋକ ବିଶ୍ୱ ବ୍ୟାପୀ କରୋନାର ଶିକାର ହୋଇଛନ୍ତି, ଏଭଳି ପରିସ୍ଥିତିରେ ନୂଆ ପ୍ରଜାତି ‘ଓମିକ୍ରୋନ୍’ ‘ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସତର୍କ କରାଇଲାଣି I ଅନ୍ୟ ଦେଶ ଗୁଡ଼ିକ ପରି ଭାରତରେ ମଧ୍ୟ ସମାନ ପରିସ୍ଥିତି ରହିଛି । କେନ୍ଦ୍ର ସରକାର ଏହି ନୂତନ ଭାରିଆଣ୍ଟକୁ ନେଇ ଗମ୍ଭୀରତାର ସହିତ କାମ କରୁଛନ୍ତି । କାରଣ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେଣୁ ଭାରତୀୟ ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ନେଇ ପରୀକ୍ଷା ନିରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ କରୋନାର ଏହି ନୂତନ ଭାରିଆଣ୍ଟ କେତେ ସଂକ୍ରାମକ ସେନେଇ ଏମ୍ସର ଡାଇରେକ୍ଟର୍ ଡା. ରଣଦୀପ ଗୁଲେରିୟା ମତ ପ୍ରକାଶ କରିଛନ୍ତି ।ଡା. ଗୁଲେରିୟା କହିଛନ୍ତି ଯେ, କରୋନା ଭୁତାଣୁର ନୂତନ ‘ଓମିକ୍ରୋନ୍’ ଭାରିଆଣ୍ଟରେ ତାର ସ୍ପାଇକ୍ ପ୍ରୋଟିନ୍ ରେ ୩୦ରୁ ଅଧିକ ପରିବର୍ତ୍ତନ ହୋଇଛି, ଯାହାଦ୍ୱାରା ଏହାକୁ ଇମ୍ୟୁନୋସ୍କୋପ୍ ତନ୍ତ୍ର ବିକଶିତ କରିବା ପାଇଁ କ୍ଷମତା ମିଳୁଛି । ଏହି କାରଣରୁ ନୂତନ ଭାରିଆଣ୍ଟ ବିରୋଧରେ କରୋନା ଭାକସିନ୍ ପ୍ରଭାବକାରିତାକୁ ମୁଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ।
ସ୍ପାଇକ୍ ପ୍ରୋଟିନର ଉପସ୍ଥିତି କୌଣସି ମାନବ ଶରୀରର କୋଷରେ ଭୁତାଣୁର ପ୍ରବେଶକୁ ସହଜ କରିଥାଏ । ଯାହା ଫଳରେ ଟିକା ନେବା ପରେ ବି ସଂକ୍ରମିତ ହେବାର ଆଶଙ୍କା ଏହି ନୂତନ ଭାରିଆଣ୍ଟ କ୍ଷେତ୍ରରେ ଅଧିକ ରହିଛି । ଏହି ନୂତନ ଭାରିଆଣ୍ଟକୁ ନେଇ ଡା. ଗୁଲେରିୟା ଆଗକୁ କହିଛନ୍ତି ଯେ, କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରୋନ୍ ରେ ସ୍କାଇକ୍ ପ୍ରୋଟିନ୍ ୩୦ରୁ ଅଧିକ ରହିଛି । ତେଣୁ ଏହି ସ୍ପାଇକ୍ ପ୍ରୋଟିନରେ ଏତେ ପରିମାଣରେ ପରିବର୍ତ୍ତନଶୀଳତା ଯୋଗୁଁ ଆଣ୍ଟିବଡି ତିଆରି କରୁଥିବା ଅଧିକାଂଶ ଟିକାର ପ୍ରଭାବ ଏହି ନୂତନ ଭାରିଆଣ୍ଟ ବିରୋଧରେ କମିଯାଇପାରେ ।
ଏହି ପରିପ୍ରେକ୍ଷୀରେ ଭାରତରେ ବ୍ୟବହାର କରାଯାଉଥିବା ଭାକସିନ୍ ର ପ୍ରଭାବଶୀଳତାର ଗମ୍ଭୀର ରୂପରେ ମୁଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି । ଯାହାଫଳରେ ଏହି ଆଧାରରେ ଭାକିସନ୍ କୁ ଆହୁରି ପ୍ରଭାବଶାଳୀ କରାଯାଇପାରିବ ।
ତେବେ ଯାହା ସୂଚନା ରହିଛି ନେଦରଲ୍ୟାଣ୍ଡ, ଇସ୍ରାଏଲ୍, ଡେନମାର୍କ ଏବଂ ଅଷ୍ଟ୍ରେଲିଆରେ ଓମିକ୍ରନ୍ ସଂକ୍ରମିତ ହେବାର ମାମଲା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି I

Leave A Reply

Your email address will not be published.