‘ଇଡି ଜବତ କରିଥିବା ସମ୍ପତି ମୋର ନୁହେଁ’ : ପାର୍ଥ ଚାଟାର୍ଜୀ

30

କୋଲକତା :୩୧-୦୭-(ପି.ଏନ.ଏ) : ମମତା ସରକାର ଙ୍କ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଚାଞ୍ଚଲ୍ୟକର ବୟାନ I ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷକ ନିଯୁକ୍ତି ସ୍କାମରେ ଜଡିତ ଥାଇ ଇଡି ଦ୍ୱାରା ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ କହିଛନ୍ତି ଇଡି ଦ୍ୱାରା ଜବତ ହୋଇଥିବା ଟଙ୍କା ତାଙ୍କର ନୁହେଁ। ଏହା ତାଙ୍କ ବିରୋଧରେ ହୋଇଥିବା ଏକ ଷଡଯନ୍ତ୍ର I ଏଥିରେ କିଏ ଜଡିତ ଅଛି ତାହା ସମୟ କହିବ ବୋଲି ସେ କହିଛନ୍ତି। ଏହି ମାମଲାରେ ଗିରଫ ଅଭିଯୁକ୍ତ ପାର୍ଥ ଏବଂ ତାଙ୍କ ସହଯୋଗୀ ଅର୍ପିତାଙ୍କ ସ୍ୱାସ୍ଥ୍ୟପରୀକ୍ଷା ହୋଇଛି । ଇଡି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜୋକା ସ୍ଥିତ ଇଏସଆଇ ହସ୍ପିଟାଲ ଆଣିଥିଲା । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ପାର୍ଥ କହିଥିଲେ ତାଙ୍କ ବିରୋଧରେ ଏହା ଷଡଯନ୍ତ୍ର । ସୂଚନାନୁସାରେ ଇଡି ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଙ୍କ ଦୁଇଟି ଘରେ ରେଡ୍ କରିଥିଲ।। ଏହି ସମୟରେ ଜବତ ହୋଇଛି ନଗଦ ୫୨ କୋଟି ଟଙ୍କା, ୫ କିଲୋ ସୁନା ଗହଣା,ସହିତ ହିରାମୂଦି ଏବଂ ବିଭିନ୍ନ ଗୁରୁତ୍ତ୍ଵପୂର୍ଣ୍ଣ କାଗଜପତ୍ର I

୬୯ ବର୍ଷୀୟ ପାର୍ଥ ଚାଟାର୍ଜୀଙ୍କୁ ଗୁରୁବାର ଟିଏମସିରୁ ନିଲମ୍ବିତ କରାଯାଇଛି । ଏହା ସହିତ ତାଙ୍କୁ ସମସ୍ତ ପାର୍ଟି ପଦରୁ ହଟାଇ ଦିଆଯାଇଛି। ଚାଟାର୍ଜୀ ଶୁକ୍ରବାର ଦିନ କହିଥିଲେ ଯେ ସେ ଏକ ଷଡଯନ୍ତ୍ରର ଶିକାର ହୋଇଛନ୍ତି ଏବଂ ତାଙ୍କୁ ନିଲମ୍ବନ କରିବାକୁ ଟିଏମସିରୁ ନିଷ୍ପତ୍ତି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Comments are closed, but trackbacks and pingbacks are open.