ଚଳିତ ମାସ ୧୬ରୁ ଭିତରକନିକାରେ ଡଲଫିନ୍‌ ଗଣନା କରାଯିବ ୩ ଦିନରେ ୯ ଟି ଟିମ କରିବେ

16

୨୦୧୫ମସିହାରୁ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କ୍ରମେ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ରେ ଡଲଫିନ ଗଣନା କାର୍ଯ୍ୟକ୍ରମ ହେଇ ଆସୁଛି I ସେହିପରି ଚଳିତ ମାସ ୧୬ ତାରିଖ ରୁ ଭିତରକନିକା ରେ ଡଲଫିନ ଗଣନା କରାଯିବ ଏବଂ ଏହା ତିନିଦିନରେ ଶେଷ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ୯ ଟି ଟିମ୍‌ ଦ୍ୱାରା ଡ଼ଲଫିନ ଗଣନା କାର୍ଯ୍ୟ ଚଳିତ ମାସ ୧୫ ତାରିଖ ଠାରୁ ୧୮ତାରିଖ ମଧ୍ୟରେ ଶେଷ ହେବ ବୋଲି ଡିଏଫଓଙ୍କ ସୂଚନାରୁ ଜଣାପଡିଛି । ଢାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ଏଥିପୂର୍ବରୁ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା । ଏହି ଗଣନା ପାଇଁ ପ୍ରତି ଗ୍ରୁପ୍‌ରେ ୩ରୁ୫ଜଣ ଲେଖା ରହିବେ,ସେଥିମଧ୍ୟରୁ ୫ଟି ଟିମ୍‌ ସମୁଦ୍ର ମଧ୍ୟକୁ ଯାଇ ଗଣନା କାର୍ଯ୍ୟରେ ନିୟୋଜିତ ହେବା ସହ ଆଉ ୪ଟି ଟିମ୍‌ ନଦୀ କ୍ରିକ୍‌ରେ ଗଣନାକରବେ ବୋଲି ଜଣାପଡ଼ିଛି । ଏହି ଗଣନା ଆଉଟର ହୁଇଲରରୁ ଚିଚିରୀମାଉଥ, ବରୁଣେଇରୁ ପାରାଦ୍ୱୀପ, ହସିଣା ବ୍ରିଜରୁ ମାଇକୁରା ମାଉଥ୍‌, ରାଜନଗର ହସୁଆ ନଦୀରୁ ଖୋଳା,ଖୋଳାରୁ ଧାମରା ମାଉଥ ଭାୟା, ନଳିତାପାଟିଆ, କାଳିଭଞ୍ଜଡିଆ ଜମ୍ୱୁ ଖରନାସୀରୁ ହୁକଟେଲା, ପାରାଦ୍ୱୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ଡଲଫିନ ଗଣାନା କରାଯିବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.