ଏଲଆଇସି ଡେଥ କ୍ଲେମ୍ କ୍ଲିୟରାନ୍ସ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଡାକ୍ତର

16

ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ସରକାରୀ ଡାକ୍ତର । ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ଉମାକାନ୍ତ ଖେଜୁରିଆ ଏଲଆଇସି ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ କରାଇବା ପାଇଁ ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୧୧ ହଜାର ଲାଞ୍ଚ ଟଙ୍କା ସହ ଲାଞ୍ଚୁଆ ଡାକ୍ତରଙ୍କୁ ଘରୋଇ କ୍ଲିନିକରୁ କାବୁ କରିଛି ଭିଜିଲାନ୍ସ । ସେ ଲାଞ୍ଚ ନେଇଥିବା ରାସାୟନିକ ବୋଳା ୧ ୧ହଜାର ଟଙ୍କା ତାଙ୍କଠାରୁ ଭିଜିଲାନ୍ସ ଜବତ କରିଛି । ଏହି କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ ଇକୋ ସ୍ପୋର୍ଟ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ ।
କଟକ ଓ ଢେଙ୍କାନାଳର ଭିଜିଲାନ୍ସ ଟିମ୍ ମିଳିତ ଭାବେ କରିଥିଲେ ଚଢାଉ । ଢେଙ୍କାନାଳ ସଗର ଚାଉଳିଆ ଗାଁର ପଲିସି ହୋଲ୍ଡର ନନ୍ଦିନୀ ନାୟକ ଏଲଆଇସିରେ ଏକ ବିମା କରିଥିଲେ । ତାଙ୍କ ମୃତ୍ୟୁ ପରେ ଡେଥ କ୍ଲେମ ପାଇଁ ଏଲଆଇସି ଏଜେଂଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ କ୍ଲେମ୍ ପାଇଁ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କ ଠାରୁ ଫର୍ମ ଦସ୍ତଖତ କରାଇଥିଲେ । ଆଉ ଏଥିପାଇଁ ୧୧ ହଜାର ଟଙ୍କାର ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଡାକ୍ତର ବାବୁ I

Comments are closed, but trackbacks and pingbacks are open.