ପୁଣି ଓସ୍ତପୁର-କୋଟପଲ୍ଲା ମଧ୍ୟରେ ସୀମା ବିବାଦ

195

ଭୁବନେଶ୍ୱର:ପୁଣି ସୀମା ବିବାଦ ଦୁଇ ଗାଁ ମୁହାଁମୁହିଁ । ଢେଲା ପଥର ମାଡ, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା । ସାତଟି ଦୋକାନ ଜଳିପୋଡି ପାଉଁଶ । ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଓସ୍ତପୁର କୋଟପଲା ଗାଁରେ ଏପରି ସ୍ଥିତି ଉପୁଜିଛି । ଖବର ପାଇ ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଘଟଣା ସ୍ଥଳ ପରିଦର୍ଶନ କରି ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦକୁ ନେଇ ମଙ୍ଗଳବାର ରାତିରେ ବାଘମାରୀ ଥାନା ଅଧୀନରେ ଥିବା ଓସ୍ତପୁର ଏବଂ କୋଟାପଲ୍ଲା ଗାଁର ବାସିନ୍ଦାଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷରୁ ପ୍ରବଳ ପଥର ମାଡ ସହ ଭଙ୍ଗାରୁଜା ହୋଇଥିଲା। ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ହିଂସା ସମୟରେ ଅନେକ ଦୋକାନ ବଜାର ଏବଂ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ପୋଡ଼ି ଦିଆଯାଇଛି। ତେବେ ପ୍ରାୟ ତିନି ମାସ ଧରି ଜାରି ରହିଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ପ୍ରତ୍ୟାହାର କରାଯିବାର ସପ୍ତାହ ପରେ ଏହି ନୂଆ ହିଂସାକାଣ୍ଡ ଘଟିଛି। ଗାଁ ସୀମାକୁ ନେଇ ବାରମ୍ବାର ହେଉଥିବା ବିବାଦକୁ ରୋକିବା ପାଇଁ ପୂର୍ବରୁ ନିଷେଧାଦେଶ ଜାରି କରାଯାଇଥିଲା।

Comments are closed, but trackbacks and pingbacks are open.