ହଠାତ୍ ଅସୁସ୍ଥ ହୋଇଗଲେ ‘ଦି କେରଳ ଷ୍ଟୋରି’ର ନିର୍ଦ୍ଦେଶକ,

534

ଏବେକାର ସବୁଠାରୁ ଚର୍ଚ୍ଚିତ ହିନ୍ଦୀ ସିନେମା ଯେ ‘ଦି କେରଳ ଷ୍ଟୋରି’ର ନିର୍ଦ୍ଦେଶକ ସୁଦୀପ୍ତ ସେନ୍ ହଠାତ୍ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ସୁଦୀପ୍ତ ସେନ୍ ସେନ୍ ଅସୁସ୍ଥ ହେବାର କାରଣ ମଧ୍ୟ ସାମ୍ନାକୁ ଆସିଛି।

ଏକ ରିପୋର୍ଟ ଅନୁଯାୟୀ, ‘ଦି କେରଳ ଷ୍ଟୋରି’ର ନିର୍ଦ୍ଦେଶକ ସୁଦୀପ୍ତ ସେନ୍ ଗତ କିଛି ଦିନ ହେବ ତାଙ୍କ ଚଳଚ୍ଚିତ୍ରର ପ୍ରଚାର କରୁଛନ୍ତି। ସେ ଏଥିଲାଗି ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି। ତେବେ ଅତ୍ୟଧିକ ଭ୍ରମଣ ଏବଂ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ସୁଦୀପ୍ତ ସେନ୍ ଅସୁସ୍ଥ ହୋଇପଡ଼ିଥିଲେ। ହଁ, ରିପୋର୍ଟ ଅନୁଯାୟୀ ସେ ବାରମ୍ବାର ଭ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି କାରଣରୁ କେତେକ ସହରରେ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ,’ଦି କେରଳ ଷ୍ଟୋରି’ ବକ୍ସ ଅଫିସ୍‌ରେ ଜବରଦସ୍ତ ରୋଜଗାର କରୁଛି। ରିଲିଜ୍‌ ପୂର୍ବରୁ ନେଇ ରିଲିଜ୍‌ ହେବା ପରେ ବି ବିବାଦ ମଧ୍ୟରେ ରହିଥିବା ଏହି ଚଳଚ୍ଚିତ୍ରଟି ଅନେକ ଚଳଚ୍ଚିତ୍ରକୁ ରୋଜଗାର କ୍ଷେତ୍ରରେ ପଛରେ ପକାଇଛି। ଆରମ୍ଭରୁ ହିଁ ଏହି ଫିଲ୍ମର ରୋଜଗାର ସଭିଙ୍କୁ ଚକିତ କରିଛି। ନିଷେଧାଦେଶ ତଥା ବିରୋଧର ସମ୍ମୁଖୀନ ହୋଇଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ରୋଜଗାର କରିସାରିଛି। ତେବେ ଆଶା କରାଯାଉଛି ଯେ ଏହା ବଲିଉଡ୍‌ର ଦ୍ବିତୀୟ ବଡ଼ ଫିଲ୍ମ ବନିପାରେ। ତେବେ ଏବର୍ଷ ୫୦୦ କୋଟିରୁ ଅଧିକ ରୋଜଗାର କରି ଶାହାରୁଖଙ୍କ ‘ପଠାନ୍‌’ ବଲିଉଡ୍‌ର ପ୍ରଥମ ବଡ଼ ଫିଲ୍ମ ବନିପାରିଛି।

Comments are closed, but trackbacks and pingbacks are open.