୫ରେ ଶୁଭାରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା

41

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ  ଶୁଭାରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’  ଯୋଜନା । ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ  ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ମୁଖ୍ୟ  କାର୍ୟ୍ୟକ୍ରମ ଢାଞ୍ଚାରେ ପ୍ରତି ଜିଲ୍ଲା ଓ ବ୍ଲକ୍‌ ସ୍ତରରେ  ମଧ୍ୟ ଏହି କାର୍ୟ୍ୟକ୍ରମ ହେବ ବୋଲି ଜଣାପଡିଛି ।  ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ‘ବିକଶିତ ଗାଁ, ବିକଶିତ  ଓଡ଼ିଶା’ ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ହେବ । ଏଠାରେ ଏଲ୍‌ଇଡି ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମର  ସିଧା ପ୍ରସାରଣ ହେବ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା  ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ । ସେହିଭଳି ୩୧୪ ବ୍ଲକ୍‌ରେ ମଧ୍ୟ ମୁଖ୍ୟ  କାର୍ୟ୍ୟକ୍ରମର ସିଧା ପ୍ରସାରଣ ହେବ। ଏଥିପାଇଁ ସ୍ୱତନ୍ତ୍ର  ବ୍ୟବସ୍ଥା କରିବାକୁ ଓକାକ୍‌କୁ ଦାୟିତ୍ୱ ଦିଆଯାଇଛି । ଏହି ଯୋଜନାର ଶୁଭାରମ୍ଭର ବ୍ୟାପକ ପ୍ରଚାରପ୍ରସାର  କରାଯିବ । ଏଥିପାଇଁ ହାତଖୋଲା ଖର୍ଚ୍ଚ କରିବାକୁ  ସରକାର ଯୋଜନା କରିଛନ୍ତି । ଯୋଜନାର ପ୍ରଚାର ପାଇଁ  ପ୍ରତି ବ୍ଲକ୍‌କୁ ୧ଲକ୍ଷ ଟଙ୍କାର ପାଣ୍ଠି ଦିଆଯିବ। ସେହିଭଳି  ଯୋଜନା ଶୁଭାରମ୍ଭ ଦିନ କାର୍ୟ୍ୟକ୍ରମ ଆୟୋଜନ ପାଇଁ  ୩୧୪ଟି ବ୍ଲକ୍‌କୁ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।  ଜିଲ୍ଲା ସ୍ତରର କାର୍ୟ୍ୟକ୍ରମ ପାଇଁ ପ୍ରତି ଜିଲ୍ଲାକୁ ୩ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଆୟୋଜନ ଓ ପ୍ରଚାରପ୍ରସାର  ବାବଦରେ ପଞ୍ଚାୟତିରାଜ ବିଭାଗ ମୋଟ ୯ କୋଟି ୭୨  ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି  କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । 

Comments are closed, but trackbacks and pingbacks are open.