ଏକାଦଶ ଶ୍ରେଣୀ ପାଇଁ ମାର୍ଗଦର୍ଶିକା ଜାରି କଲା ଗଣଶିକ୍ଷା ବିଭାଗ

28

କରୋନା ର ପ୍ରାଦୁର୍ଭାବ ଧୀରେ ଧୀରେ କମୁଛି I ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ପାର୍ଯ୍ୟାୟ କ୍ରମେ ଖୋଲିବାକୁ ନିଷ୍ପତି ନେଇଛନ୍ତି I ଦଶହରା ପରେ ୨୧ ତାରିଖରେ ଏକାଦଶ ଓ ୨୫ ରେ ୮ମ ଖୋଲିବା ନେଇ ଘୋଷଣା କରିଛନ୍ତି। ତେଣୁ ଏକାଦଶ ଶ୍ରେଣୀ ଖୋଲିବା ନେଇ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖି ଜଣାଇଛନ୍ତି।

୧୬ ତାରିଖ ବୈଠକରେ ବିସ୍ତୃତ ଆଲୋଚନା ନେଇ ଅବଗତ କରାଇଛନ୍ତି ଗଣଶିକ୍ଷା ସଚିବ। ମାର୍ଗଦର୍ଶିକା ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନ୍ ରଖାଯିବ। ଇଣ୍ଡକସନ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଏହି ଇଣ୍ଡକସନ କ୍ଲାସ ପରିଚାଳନା କରିବେ।

Leave A Reply

Your email address will not be published.