ରାଜ୍ୟର ଅନ ଟ୍ରେଣ୍ଡ ଶିକ୍ଷକଙ୍କ ତାଲିକା ମାଗିଲା ଗଣଶିକ୍ଷା ବିଭାଗ

19

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁମାନେ ଅନ ଟ୍ରେଣ୍ଡ ଶିକ୍ଷକତା କରୁଛନ୍ତି ସେମାନଙ୍କୁ ଟ୍ରେନିଂ ଦିଆଯିବା ସହ ସେମାନଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ଗଣ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ପୂର୍ବରୁ ଏସଟି, ଏସସିର ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେମାନେ ଏ ପର୍ୟ୍ୟନ୍ତ କୌଣସି ପ୍ରକାରର ନିଜକୁ ପ୍ରସ୍ତୁତ କରିପାରିଲେ ନାହିଁ । ଅନ୍ୟ ଶିକ୍ଷକ ମାନଙ୍କ ଠାରୁ ଆଗକୁ ଯାଇପାରିନାହାଁନ୍ତି । ତେବେ ସେହି ମାନଙ୍କୁ ଏକ ସୁଯୋଗ ଦେବା ପାଇଁ ଏକ ବିଭାଗ ପକ୍ଷରୁ ଏକ ବିଚାର ହୋଇଛି । କିନ୍ତୁ ବିଭାଗ ଜାଣିବାକୁ ଚାହୁଁଛି ଯେ କେତେ ଜଣ ଏଭଳି ଶିକ୍ଷକ ରାଜ୍ୟରେ ରହିଛନ୍ତି । ଏନେଇ ଅନ ଟ୍ରେଣ୍ଡ ଶିକ୍ଷକଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Comments are closed, but trackbacks and pingbacks are open.