ସ୍ତ୍ରୀଙ୍କୁ ମାରି ପାଇଖାନା ଟାଙ୍କିରେ ପୋତି ଦେଇଥିଲା ପିଶାଚ ସ୍ବାମୀ

36

କୋରାପୁଟ:୦୪-୦୯-(ପି.ଏନ.ଏ): ପାରିବାରିକ କଳହ ର ଭୟଙ୍କର ପରିଣତି I ଏହି ପରିସ୍ଥିତିରେ ଜଣେ ସ୍ୱାମୀ ଯେ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ I ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ପାଇଖାନା ଟାଙ୍କି ଭିତରେ ମୃତଦେହ ପକାଇ ଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ୪ ମାସ ପରେ ପାଇଖାନା ଟାଙ୍କିରୁ ଶବ ଉଦ୍ଧାର ହୋଇଛି। ପାରିବାରିକ କଳହକୁ ନେଇ ପତ୍ନୀଙ୍କୁ ସ୍ବାମୀ ହତ୍ଯା କରିଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମ୍ମା ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି।

ମୃତକ ହେଲେ ୪୫ ବର୍ଷୀୟା ଗୌରୀ ସାହୁ। ଅଭିଯୁକ୍ତ ସ୍ବାମୀ ଦଶରଥଙ୍କୁ ପୁଲିସ ଅଟକ ରଖିଛି। ପୁଲିସ୍ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଛି। ଅଭିଯୁକ୍ତକୁ ଜେରା ପରେ ପୁଲିସ ଆଗରେ ସବୁ କଥା ସ୍ବୀକାର କରିଥିବା ସୁଚନା ରହିଛି।୪ ମାସ ତଳେ ଏହି ହତ୍ଯାକାଣ୍ଡ ଘଟାଇ ଥିବା କଥାକୁ ବି ମାନିଛି ଦାଶରଥୀ। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

Comments are closed, but trackbacks and pingbacks are open.