ଉଚ୍ଛେଦ ହେଲା ମାଷ୍ଟରକ୍ୟାଣ୍ଟିନ୍‌ ତାରିଣୀ ମନ୍ଦିର

27

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ନିକଟ ତାରିଣୀ ମନ୍ଦିର ଉଚ୍ଛେଦ I ବିଡିଏ, ବିଏମସି ଏନଫୋର୍ସଟିମ୍ ଦ୍ବାରା ତାରିଣୀ ମନ୍ଦିରକୁ ଉଚ୍ଛେଦ କରାଯାଇଛି ।

ଖବର ଅନୁଯାୟୀ, ବୁଧବାର ଦିନ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ରାସ୍ତା ପ୍ରଶସ୍ତ ପାଇଁ ଉଚ୍ଛେଦ ଚାଲିଥିଲା । ଏଥିରେ ବିଏମ୍‌ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍‌ ନିୟୋଜିତ ଥିଲା । ଏହି କ୍ରମରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ଥିବା ତାରିଣୀ ମନ୍ଦିର ଉପରେ ଚାଲିଛି ବୁଲ୍‌ଡୋଜର । ଆଉ ମାଟିରେ ମିଶିଯାଇଛି ପୁରା ମନ୍ଦିର । ତେବେ ଏହି ଉଚ୍ଛେଦ ବେଳେ କିଛି ବ୍ୟବସାୟୀ ଓ ମନ୍ଦିର ପୂଜକମାନେ ବିରୋଧ କରିଥିଲେ । ଏପିରିକି କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗିରହିଥିଲା । ତେବେ ପୂର୍ବରୁ ମଧ୍ୟ ମନ୍ଦିର ର ଅଧା ଅଂଶ ଉଚ୍ଛେଦ ହୋଇଥିଲା I

Comments are closed, but trackbacks and pingbacks are open.