ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀର ଗଳିତ ମୃତଦେହ ଉଦ୍ଧାର

9

ଭୁବନେଶ୍ବର: ପରିତ୍ୟକ୍ତ କୂଅରୁ ହାତୀର ମୃତଦେହ ଉଦ୍ଧାର ।  ଆଠଗଡ଼ କନ୍ଦରପୁର ବିଟ୍ କେନ୍ଦୁଟୋକଳି ନିକଟ କୂଅରୁ ଉଦ୍ଧାର ହୋଇଛି ଗଳିତ ମୃତଦେହ ।  ମୃତ ହାତୀଟିର ବୟସ ପ୍ରାୟ ୪ ବର୍ଷ ହେବ। ହାତୀଟି ପାଣି ପିଇବାକୁ ଆସି କୂଅ ଭିତରେ ଖସିପଡ଼ିଥିବା ସନ୍ଦେହ କରାଯାଉଛି । କୂଅ ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ଆଠଗଡ଼ ବନବିଭାଗ ପହଞ୍ଚି ତଦନ୍ତ କରୁଛି । ବର୍ତ୍ତମାନ ଆଠଗଡ଼ ବନଖଣ୍ଡରେ ପ୍ରାୟ ୨ଶହ ହାତୀ ଥିବା ବିଭାଗ ପକ୍ଷରୁ ସୂଚନା ରହିଛି ।  ସେଥିରୁ ପ୍ରାୟ ୫୦ଟି ଛୁଆ ହାତୀ ରହିଥିବାବେଳେ ଶହେଟି ମାଇ ହାତୀ ରହିଛି ।

Comments are closed, but trackbacks and pingbacks are open.