ଭୁବନେଶ୍ବର: ପରିତ୍ୟକ୍ତ କୂଅରୁ ହାତୀର ମୃତଦେହ ଉଦ୍ଧାର । ଆଠଗଡ଼ କନ୍ଦରପୁର ବିଟ୍ କେନ୍ଦୁଟୋକଳି ନିକଟ କୂଅରୁ ଉଦ୍ଧାର ହୋଇଛି ଗଳିତ ମୃତଦେହ । ମୃତ ହାତୀଟିର ବୟସ ପ୍ରାୟ ୪ ବର୍ଷ ହେବ। ହାତୀଟି ପାଣି ପିଇବାକୁ ଆସି କୂଅ ଭିତରେ ଖସିପଡ଼ିଥିବା ସନ୍ଦେହ କରାଯାଉଛି । କୂଅ ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଆଠଗଡ଼ ବନବିଭାଗ ପହଞ୍ଚି ତଦନ୍ତ କରୁଛି । ବର୍ତ୍ତମାନ ଆଠଗଡ଼ ବନଖଣ୍ଡରେ ପ୍ରାୟ ୨ଶହ ହାତୀ ଥିବା ବିଭାଗ ପକ୍ଷରୁ ସୂଚନା ରହିଛି । ସେଥିରୁ ପ୍ରାୟ ୫୦ଟି ଛୁଆ ହାତୀ ରହିଥିବାବେଳେ ଶହେଟି ମାଇ ହାତୀ ରହିଛି ।
Comments are closed, but trackbacks and pingbacks are open.