ବଦଳିଲା ସ୍କୁଲ ଖୋଲିବା ନିଷ୍ପତି : ୩ରୁ ଖୋଲିବନି ପ୍ରାଥମିକ ବିଦ୍ୟାଳୟ

12

ବଦଳିଲା ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି । ରାଜ୍ୟରେ ଏବେ କୌଣସି ପ୍ରାଥମିକ ସ୍କୁଲ ଖୋଲାଯିବ ନାହିଁ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜାନୁୟାରୀ ୩ ତାରିଖ ସୋମବାର ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପୂର୍ବରୁ ଘୋଷଣା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ସାମୟିକ ଭାବରେ ଏହାକୁ ସ୍ଥଗିତ ରଖାଯାଇଛି I

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି କରୋନା ସଂକ୍ରମଣ ଉପରମୁହାଁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେଲା କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ରହିଛି ।

Leave A Reply

Your email address will not be published.