୨୪ଘଣ୍ଟା ଭିତରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୯

33

କରୋନା ୨ୟ ଲହର ର ଭୟାବହତା କିଛିମାତ୍ର ରେ କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନାହିଁ Iସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ଯାଉଛି କରୋନା ମହାମାରୀ ରେ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୫୬୨ କୁ ବୃଦ୍ଧି ପାଇଛି ।
ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁରରୁ ୨୧, ଢେଙ୍କାନାଳରୁ ୯, ବାଲେଶ୍ୱର ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ଅନୁଗୁଳ, ଗଞ୍ଜାମ ଓ ପୁରୀରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ଭଦ୍ରକ ଓ କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.