ଚୀନ୍‌ର ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ

32

ବେଜିଂ: ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ୍ ଜେମିନ୍‌ଙ୍କର ବୁଧବାର ସାଂଘାଇଠାରେ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ୧୯୮୯ରେ ଗଣତନ୍ତ୍ର ପ୍ରତିଷ୍ଠା ଦାବିରେ ବେଜିଂର ତିଆନନ୍‌ମେନ୍ ସ୍କୋୟାରରେ ହୋଇଥିବା ବିକ୍ଷୋଭକୁ ସେନା ସହାୟତାରେ ଦମନ କରିବାକୁ ଜେମିନ୍ ସେତେବେଳେ ଚୀନ୍ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ସେ ୧୯୮୯ରୁ ୨୦୦୨ ପର୍ଯ୍ୟନ୍ତ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଏବଂ ରାଷ୍ଟ୍ରପତିଭାବେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ଚୀନ୍‌ର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି ।

Comments are closed, but trackbacks and pingbacks are open.