ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲାେକ

116

ନୂଆଦିଲ୍ଲୀ: ପରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍‌ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରେ ମହାଦେବନ୍‌ ଲେଖିଛନ୍ତି, ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆମ ବାପା ଦିଲ୍ଲୀ ଗଣେଶଙ୍କ ନଭେମ୍ବର ୯,୨୦୨୪ ରାତି ୧୧ଟାରେ ପରଲୋକ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସିନେମାଜଗତରେ ଶୋକର ଛାୟା ଖେଳିଯାଇଛି। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଦିଲ୍ଲୀ ଗଣେଶ ୧୯୬୪ରୁ ୧୯୭୪ ଯାଏ ବାୟୁସେନାରେ କାମ କରିଥିଲେ। ସେ ୧୯୭୭ରେ ପଟ୍ଟିନା ପ୍ରବେଶମ ନାମକ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। କେ ବାଲଚନ୍ଦର ଏହାର ନିର୍ଦ୍ଦେଶନା ଦେଇଥିଲେ। ଅନେକ ଭାଷାରେ ସେ ୪୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ନିକଟରେ କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌ ୨’ରେ ସେ ନଜର ଆସିଥିଲେ। ସେ ଶାହାରୁଖ ଖାନ୍‌ ଏବଂ ଦୀପିକା ପାଦ୍ୟୁକୋନ୍‌ଙ୍କ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ରେ ମଧ୍ୟ କାମ କରିଛନ୍ତି।

Comments are closed, but trackbacks and pingbacks are open.