୧୩ ତାରିଖ ପରଠାରୁ ବଢିବ ଦିନ ର ତାପମାତ୍ରା

27

ଓଡିଶା ଉପରୁ ବାତ୍ୟା ବିପଦ ଟଳିଲା I ରାଜ୍ୟରେ କାଁ ଭାଁ କେତୋଟି ସ୍ଥାନରେ ସାମାନ୍ୟ ବର୍ଷକୁ ଛାଡିଦେଲେ,ଓଡିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡି ନାହିଁ କହିଲେ ଚଳେ I ବାତ୍ୟା ର ପ୍ରଭାବ କମିବା ପରେ ୧୩ ତାରିଖ ପରଠାରୁ ରାଜ୍ୟରେ ଧୀରେ ଧୀରେ ଦିନର ତାପମାତ୍ରା ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହେବା ​ନେଇ କୁହାଯାଇଛି । ଖରା ବଢ଼ିବା ସହ ତାପମାତ୍ରା କ୍ରମଶଃ ବଢ଼ିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବି ବଢ଼ିବ ।

ଆନ୍ଧ୍ର ଉପକୂଳ ଛୁଇଁବା ଆଗରୁ ହିଁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଇଯାଇଥିଲା । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପ୍ରଭାବରେ ଆନ୍ଧ୍ରରେ ଲଗାଣ ବର୍ଷା ହୋଇଥିବାବେଳେ ୫୫-୭୫ କିମି ବେଗରେ ପବନ ବି ହୋଇଛି । ହେଲେ ଓଡ଼ିଶାଠାରୁ ଢେର ଦୂରରେ ଥିବାରୁ ରାଜ୍ୟର ଏହାର ପ୍ରଭାବ ପରିଲକ୍ଷିତ ହୋଇନାହିଁ । ଅବପାତ ଦୁର୍ବଳ ହେବାପରେ ସଦୃଶ୍ୟ ଲଘୁଚାପରେ ପରିଣତ ହେବ । ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ତାହା ସହ ସେ ଆହୁରି ମଧ୍ୟ କହିଛନ୍ତି ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସବୁ ବନ୍ଦର ଗୁଡ଼ିକ ଉପରୁ ବିପଦ ସଙ୍କେତ ହଟାଇ ଦିଆଯାଇଛି ବୋଲି ଭୁନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପ୍ରତିକ୍ରିୟା ରଖିଛନ୍ତି ।

Comments are closed, but trackbacks and pingbacks are open.