ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ହେବ ତାରିଖ ଘୋଷଣା

17

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ର ଭୋଟ ଗଣତି ପରେ ପରେ ଖୁବ ଶୀଘ୍ର ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଯାଉଛି । ଚୂଡାନ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଏ ସଂକ୍ରାନ୍ତରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇଲା ନଗର ଉନ୍ନୟନ ବିଭାଗ । ତେବେ ପୌର ପରିଷଦ, ଏନଏସି, ମହାନଗର ନିଗମରେ ନିର୍ବାଚନ ହେବ । ସେହିପରି କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ, ମେୟର ପାଇଁ ମଧ୍ୟ ନିର୍ବାଚନ ହେବ । ୪୮ଟି ପୌର ପରିଷଦ, ୫୯ଟି ଏନଏସିରେ ଏହି ନିର୍ବାଚନ କରାଯିବI ସହ ୩ଟି ମହାନଗର ନିଗମରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।

Comments are closed, but trackbacks and pingbacks are open.