ଚେନ୍ନାଇରୁ ଫେରିଲା ‘ଦମନ’ ଟିମ୍ ,ହେଲେ ବାବୁଶାନ୍ କେଉଁଠି ?
ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଭାଗ ନେଇ ଫେରିଲା ‘ଦମନ’ ଟିମ୍ କିନ୍ତୁ ଆସି ନାହାନ୍ତି ବାବୁଶାନ୍ I କିମ୍ବା ଉତ୍କଳ ଦିବସ କାର୍ଯ୍ୟକ୍ରମରେ ସେ ସାମିଲ ବି ହୋଇନାହାନ୍ତି I କିନ୍ତୁ ଗତ ୨୪ ତାରିଖ ରାତି ୧୦ ଟାରେ ବାବୁଶାନ୍ ହୋଟେଲ୍ ଚେକ ଆଉଟ କରିଥିବା ସୂଚନା ମିଳିଛି I ଏହି ଘଟଣାର ନୂଆ ମୋଡ଼ ନେଉଥିବାବେଳେ ଏପଟେ ବାବୁଶାନ୍ ଙ୍କ ପରିବାର ସହିତ ତାଙ୍କ ଫ୍ୟାନ ମାନେ ତାଙ୍କ ଫେରିବା ବାଟ କୁ ଅପେକ୍ଷା କରି ରହିଛନ୍ତି I
‘ଦମନ’ ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି, ଭୁବନେଶ୍ୱରରେ ଘଟିଥିବା ଘଟଣାକୁ ନେଇ ସେଦିନ ବାବୁସାନ ବହୁତ ଡିଷ୍ଟର୍ବ ଥିଲେ । ଏପରିକି ଷ୍ଟେଜ ଉପରକୁ ଯିବା ଅବସ୍ଥାରେ ବି ନଥିଲେ । ତେଣୁ ତାଙ୍କୁ ଫିଲ୍ମର ପ୍ରଯୋଜକ ସୌଜନ୍ୟତା ଦୃଷ୍ଟିରୁ ମନା କରିଦେଇଥିଲେ। ଅବଶ୍ୟ ବାବୁସାନ ପ୍ରଯୋଜକ ମନା କରିବାରୁ କାର୍ଯ୍ୟକ୍ରମରେ ଯୋଗଦେଇ ପାରି ନ ଥିବା କଥା ଏକ ଭିଡ଼ିଓ ଜାରି କରି କହିଥିଲେ। ତେବେ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଙ୍କ କହିବା ଅନୁସାରେ ଆସନ୍ତା ଦୁର୍ଗାପୂଜାରେ ରିଲିଜ୍ ହେବାକୁ ଥିବା ‘ଦମନ’ ଫିଲ୍ମ ରେ ପ୍ରକୃତି ମିଶ୍ର ଅଭିନୟ କରୁନାହାନ୍ତି ,କିମ୍ବା ସେ ତାଙ୍କ ର ଟିମ ମେମ୍ବର ମଧ୍ୟ ନ ଥିଲେ I ସେ ବାବୁଶାନ ଙ୍କ ସହିତ ବ୍ୟକ୍ତିଗତ ଭାବରେ ଚେନ୍ନାଇ ଯାଉଥିଲେ I
ନିର୍ଦ୍ଦେଶକଙ୍କ କହିବା କଥା, ଫିଲ୍ମର ପ୍ରମୋସନ ସାରି ଟିମ୍ ବାବୁସାନଙ୍କ ପାଖକୁ ଗଲାବେଳକୁ ସେ ଆଉ ହୋଟେଲ୍ରେ ନ ଥିଲେ । ରିସେପସନକୁ ଯାଇ ପଚାରିବାରୁ ସେ ଚେକ୍ଆଉଟ୍ କରି ବାହାରିଗଲେଣି ବୋଲି ହୋଟେଲ୍ କର୍ମଚାରୀ କହିଥିବା ସୂଚନା ଦେଇଛି ଟିମ୍ ।
ରାସ୍ତା ମଝିରେ ବାବୁଶାନ -ପ୍ରକୃତି-ତୃପ୍ତି ଙ୍କ ପାରିବାରିକ ଗଣ୍ଡଗୋଳ ପରେ ଉଭୟ ପକ୍ଷ ଙ୍କୁ ପୁଲିସ୍ ନୋଟିସ୍ ସତ୍ତ୍ୱେ କାହିଁକି ବାବୁଶାନ୍ ବର୍ତ୍ତମାନ କେଉଁଠି ସସପେନ୍ସ ଲାଗିରହିଛି ।
Comments are closed, but trackbacks and pingbacks are open.