ଆଞ୍ଚଳିକ ଭାଷାରେ ୮୦୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଲା ଡେଲିହଣ୍ଟ ନିଉଜ ଆପ

34

ଡେଲିହଣ୍ଟ ପ୍ୟାରେଣ୍ଟ୍ କମ୍ପାନୀ ତଥା ସର୍ଟ ଭିଡିଓ ମନୋରଞ୍ଜନ ଆପ୍ ଜୋସ୍ ନିର୍ମାତାଙ୍କୁ ବଡ଼ ସଫଳତା ମିଳିଛି । କାନାଡା ପେନସନ୍ ଯୋଜନା ବିନିଯୋଗ ବୋର୍ଡଙ୍କ ନେତୃତ୍ୱରେ ଏକ ବଡ଼ ସଫଳତା ହାସଲ କରିଛି ଡେଲିହଣ୍ଟ ପ୍ୟାରେଣ୍ଟ୍ କମ୍ପାନୀ । ଆଞ୍ଚଳିକ ଭାଷାରେ ୮୦୫୦ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଛି ଡେଲିହଣ୍ଟ । ବେଙ୍ଗାଲୁରୁ ସ୍ଥିତ କମ୍ପାନୀରେ ସିପିପି ଇନଭେଷ୍ଟମେଣ୍ଟସ୍ ଏହି ଆର୍ଥିକ ରାଉଣ୍ଡରେ ୪୨୫ ମିଲିୟନ୍ ଡଲାର୍ ରହିଥିବା ଜଣାପଡ଼ିଛି । ଅନଟାରିଓ ଶିକ୍ଷକମାନଙ୍କ ପେନସନ ଯୋଜନା ବୋର୍ଡ, ଲକ୍ସର୍ କ୍ୟାପିଟାଲ୍, ସୁମେରୁ ଭେଞ୍ଚର୍ସ ଭଳି ଅନେକ ସଂଗଠନ ଏଥିରେ ଅଂଶଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ମାସ ମଧ୍ୟରେ ଏହା ୧.୫ ବିଲିୟନ ଡଲାର ସଂଗ୍ରହ କରିଛି । ବର୍ତ୍ତମାନ ଏହାର ମୂଲ୍ୟ ୫ ବିଲିୟନ ଡଲାର ନିକଟତର ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି କି ଡାଟା ସାଇନ୍ସର କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ପ୍ରୟାସ କରାଯାଇଛି । ଏଥିଲାଗି ମେସିନ୍ ଲର୍ନିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଉପରେ ଗୁରୁତ୍ବ ଦେଉଛି ଡେଲିହଣ୍ଟ । ନିକଟରେ ଏନେଇ କମ୍ପାନୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ କହିଛି କି କମ୍ପାନୀ ଏହାର ଅଫର୍, ମୋନେଟାଇଜେସନ୍ ମଡେଲ, ଆହୁରି କିଛି ବଡ଼ ବଡ଼ ଦିଗ ପ୍ରତି ଦୃଷ୍ଟିଦେବ । ତାହା ସହ ଆଇପିଓ ସ୍କେଲ୍ ବ୍ୟବସାୟ ସୃଷ୍ଟି କରିବାକୁ ଯୋଜନା କରିଛି ।

ଡେଲିହଣ୍ଟ ପ୍ରତି ମାସରେ ୩୫୦ ମିଲିୟନ୍ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ବେଳେ କ୍ଷୁଦ୍ର ଭିଡିଓ ଆପ୍ ଜୋସରେ ମାସିକ ୧୩୯ ମିଲିୟନ ଲୋକ ସକ୍ରିୟ ରହୁଛନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.