ଶାନ୍ତି ଶୃଙ୍ଖଳା ସହ ମତ ଦାନ ପାଇଁ ସହଯୋଗ ଲୋଡ଼ିଲା କଟକ ଜିଲ୍ଲା ପ୍ରଶାସନ

28

ମୁକ୍ତ, ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସାରିବା ପାଇଁ ସମସ୍ତ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କର ସହଯୋଗ ଲୋଡ଼ିଲା କଟକ ଜିଲ୍ଲା ପ୍ରଶାସନ। ଏ ନେଇ ସହିଦ ଭବନରେ ଜିଲ୍ଲା ପ୍ରଶାସନ, ନିର୍ବାଚନ ଅଧିକାରୀ, ପୋଲିସ ପ୍ରଶାସନ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।
ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ବିଭିନ୍ନ ବୁଥରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ସେହିଦିନ ସକାଳ ୭.୩୦ ଟା ସୁଦ୍ଧା ମକପୋଲ କରାଯିବ। ୨୬ ତାରିଖରେ ବୋଷ କଲେଜରେ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ଭୋଟ ଗଣତି କରାଯିବ।
ତେବେ ଏହା ପୂର୍ବରୁ ପ୍ରଚାର, ପଦଯାତ୍ରା, ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ମାନି ପାଳନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଛି। ନିର୍ବାଚନୀ ଆଚରଣ ବିଧି ଉଲ୍ଲଘନକୁ ଅଧିକ ଗୁରୁତ୍ବ ସହ ନେଇ କାର୍ଯ୍ୟ କରଯାଉଛି।
ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଟି ସ୍କୁଆଡ ଗଠନ କରାଯାଇଛି। ତେବେ ମୁକ୍ତ, ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସାରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ।

Comments are closed, but trackbacks and pingbacks are open.