ମାନସ ସ୍ୱାଇଁ ହତ୍ୟା ଘଟଣାର ର ତଦନ୍ତ କରିବ କ୍ରାଇମବ୍ରାଂଚ

30

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏହି ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଗୁରୁତ୍ୱ ଓ ଏକାଧିକ ସଂପୃକ୍ତି ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।ଏକ ଚିପ୍‌ ପାଇଁ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱର ଆଣିଥିଲେ ଶର୍ମିଷ୍ଠା। ଦୟାଲ ଆଶ୍ରମରେ ମାନସଙ୍କୁ ନିସ୍ତୁକ ମାଡ଼ ମାରୁ ମାରୁ ତାଙ୍କର ମୃତ୍ୟୁ ଘଟିଥିଲା I ହତ୍ୟା କରିବା ପରେ ତାଙ୍କ ମୃତଦେହ କୁ ନେଇ ନୟାଗଡ଼ ବଧିପାଟଣା ପାହାଡ଼ ତଳେ ଗାତ କରି ପୋତି ଦେଇଥିଲେ।
ଏହି ମାମଲାର ତଦନ୍ତ ପାଇଁ ୨ଟି ତଦନ୍ତକାରୀ ଦଳ ଗଠନ ହୋଇଛି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଏହି ଦଳ ଗଠନ ହୋଇଛି। ୯ ଜଣ ସଦସ୍ୟଙ୍କୁ ନେଇ ୨ଟି ଦଳ ଗଠନ ହୋଇଛି । ୫ ଜଣିଆ ଦଳ ହତ୍ୟା ମାମଲାର ତଦନ୍ତ କରିବ। ଅନ୍ୟ ୪ ଜଣିଆ ଦଳ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସହାୟତା କରିବ। ଘଟଣାଟି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଥିବାରୁ, ଗୋଟିଏ ଦଳ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ। ଅନ୍ୟ ତଦନ୍ତକାରୀ ଦଳ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବା ନେଇ ମୁତୟନ ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା କହିଛନ୍ତି ।
ସୂଚନାନୁସାରେ ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ ମୁଖ୍ୟ ଅଭିଯୁକ୍ତ ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ସକ୍ଷମ ହୋଇନଥିବାବେଳେ ତାଙ୍କ ଭାଇ ଓ ମାଷ୍ଟରମାଇଣ୍ଡ ନିରଞ୍ଜନ ସେଠୀଙ୍କ ସମେତ ମୋଟ ୬ଜଣଙ୍କୁ ଗିରଫ କରିଛି । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଏବେବି ଫେରାର ଅଛନ୍ତି ।

Comments are closed, but trackbacks and pingbacks are open.