ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ର ତଦନ୍ତ ଆରମ୍ଭ

15

ପୁରୀ ବ୍ରହ୍ମଗିରିର ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ I ଏକ ପ୍ରେସ୍ ରିଲିଜ ଜାରି କରି ଡିଜିପି ଅଭୟ ଏନେଇ ତଦନ୍ତ ନିର୍ଦ୍ଦେଶ ଦେବାପରେ,ଗତକାଲି ରାତିରେ ପୁରୀ ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂଙ୍କ ସହ ଆଲୋଚନା ହୋଇଥିଲା I ଏହାପରେ ତାଙ୍କ ଅଧୀନ ରେ କ୍ରାଇମବ୍ରାଞ୍ଚ ଟିମ ସମସ୍ତ ଦସ୍ତାବିଜ ପୋଲିସ ଠାରୁ ଗ୍ରହଣ କରିଥିଲା।
ତେବେ ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ଯାଇ ମୃତଦେହ ମିଳିଥିବା ସ୍ଥାନରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି Iଏହାସହ ଭୋଜିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ବାଶେଳି ସାହି ଥାନାରେ ପହଞ୍ଚି ଜେରା କରିଛି। ଏହିଘଟଣା ର ସମ୍ପୃକ୍ତି ଅଭିଯୋଗ ରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ସର୍ବେଶ୍ୱର ଜେନା ଙ୍କ ସହିତ ଚିତ୍ତଙ୍କ ପୁତୁରା ଦିଲ୍ଲୀପ ପଳେଇ ଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ। ସେହିପରି ଅଟକ ଥିବା ମୃତ ଚିତ୍ତର ସାଙ୍ଗ ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ, ବାସୁଦେବପୁରର ସୂର୍ଯ୍ୟପ୍ରସାଦ ମିଶ୍ର, ବ୍ରହ୍ମଗିରି ବ୍ରାହ୍ମଣୀଆର ଉମାକାନ୍ତ ପାଇକରାୟ ଓ ଗୋପାଳପୁରର ସର୍ବେଶ୍ୱର ଜେନାଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ। ପରେ ତଦନ୍ତକାରି ଦଳ ବ୍ରହ୍ମଗିରି ସାନବନ୍ଧକେରାରେ ଥିବା ମୃତ ଚିତ୍ତରଞ୍ଜନ ପଲେଇଙ୍କ ଘରକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ ବୋଲି ଜଣେ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ଚକ୍ରପଡ଼ାର ଜଣେ ମହିଳାଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବାର ସମ୍ଭାବନା ଥିବା ସୂଚନା ମିଳିଛି। ସଂପୃକ୍ତ ମହିଳାଙ୍କ ଘରକୁ ଜଗନ୍ନାଥ ଓ ଚିତ୍ତ ଯିବାଆସିବା କରୁଥିବା କୁହାଯାଉଛି।

Leave A Reply

Your email address will not be published.