ବାଣ ଭିଡିବାବେଳେ ଫୁଟିଗଲା : ୩ ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର

21

ଦୀପାବଳି ଲାଗି ବାଣ ଭିଡିବା ବେଳେ ଅଘଟଣ। ଏହି ବାଣଫୁଟିଯିବାରୁ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ୱରପଡା ଗାଁରେ ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଙ୍କ ଘରେଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ତିନି ଜଣଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ ଥିବା ସୂଚନା ରହିଛି । ଏହାସହ ଜଣେ ବ୍ୟକ୍ତି, ଜଣେ ମହିଳା ରହିଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯାହା ଜଣାପଡିଛି ଧୀର ସ୍ୱାଇଁ ଜଣେ ବାଣ ବ୍ୟବସାୟୀ ହୋଇଥିବାବେଳେ ସେ ପ୍ରତିବର୍ଷ ନିଜ ଘରେ ବାଣ ତିଆରି କରିଥାନ୍ତି I ଏହି ଅଘଟଣରେ ତାଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିବା ବେଳେ ଏକ ଦେଢ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି। ହେଲେ ମହିଳାଙ୍କ ପରିଚୟ ମିଳିପାରିନି।

Leave A Reply

Your email address will not be published.