ଭୋଟ୍ ଗଣତି ପାଇଁ କୋଭିଡ ଗାଇଡଲାଇନ ଜାରି

15

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ସରିଯାଇଛି I ଆଉ ଦୁଇଟି ପର୍ଯ୍ୟାୟ ମତ ଦାନ ପରେ ଆରମ୍ଭ ହେବ ଭୋଟ ଗଣତି। ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ ଏବେ ଆସିଛି କୋଭିଡ୍ ଗାଇଡଲାଇନ୍। ଯେଉଁମାନେ ଗଣତିରେ ରହିବେ ସେମାନଙ୍କ RT-PCR ରିପୋର୍ଟ ନେଗେଟିଭଥିବା ଜରୁରୀ। ଯେଉଁମାନେ କାଉଣ୍ଟିଂ ଏଜେଣ୍ଟ ରହିବେ ସେମାନଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ କରାଯିବ। ଏହାବାଦ ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତି ହିଁ ଗଣତି କେନ୍ଦ୍ରକୁ ଯାଇପାରିବେ । କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ମିଳିବନି । ଗଣତିର ୪୮ ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେବେ ।
ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି। କରୋନା କମିଛି ସତ କିଛି ସମ୍ପୂର୍ଣ୍ଣ ଯାଇ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରାଯିବ ବୋଲି ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.