ଆସନ୍ତା କାଲି ଭୋଟ୍‌ ଗଣତି, ପୂରା ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ

35

ଆସନ୍ତାକାଲି ରାଜ୍ୟରେ ପୌର ଭୋଟ ଗଣତି କରାଯିବ । ପୌର ନିର୍ବାଚନ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ସହିତ ଭୋଟର ମାନେ ବି ଉତ୍କଣ୍ଠା ର ସହ ଅପେକ୍ଷା କରିଛନ୍ତି I ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳ ୮ଟାରୁ ରାଜ୍ୟର ୧୦୮ଟି ପୌରଞ୍ଚଳରେ ଭୋଟ୍‌ ଗଣତି କରାଯିବ । ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ ନମ୍ବର ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଗଣତି ହେବ ନାହିଁ । ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି କରାଯିବ ।

କାଉନସିଲର ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ । କାଉନସିଲର ଭୋଟ୍ ଗଣତି ପାଇଁ ମୁନିସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ମୁନିସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, କର୍ପୋରେଟର ଭୋଟ୍ ଗଣତି ପାଇଁ ମୁନିସିପାଲ କର୍ପୋରେସନରେ ୧୨ଟି ଟେବୁଲ, ମେୟର ଭୋଟ୍ ଗଣତି ପାଇଁ ମୁନିସିପାଲ କର୍ପୋରେସନରେ ୧୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି ।

ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରାଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଁଟିଙ୍ଗ ସୁପରଭାଇଜର ଏବଂ ସହକାରୀ ସହ ଇଭିଏମ ନେବା ଆଣିବା ପାଇଁ କର୍ମଚାରୀ ନିୟୋଜିତ ହେବେ । ସେହିଭଳି ଯେଉଁଠି ଯେତିକି ଟେବୁଲ କାଉଣ୍ଟିଂ ହେଉଛି ସେଠି ସେତିକି ଏଜେଣ୍ଟ ଦେଇପାରିବେ । ଏଜେଣ୍ଟ ହେବାକୁ ଚାହୁଁଥିଲେ ଆଜି ସନ୍ଧ୍ୟା ୫ଟା ଭିତରେ ସ୍ଥାନୀୟ ଇଲେକ୍ସନ ଅଫିସରଙ୍କୁ ନିଜର ବାୟୋଡ଼ାଟା ଦେବାକୁ ପଡ଼ିବ । ଭୋଟ୍ ଗଣତିର ପୂରା ପ୍ରକ୍ରିୟା ସିସିଟିଭି ନଜରରେ ରହିବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.