ବିନା ଭକ୍ତ ରେ ଅନୁଷ୍ଠିତ ହେଲା ମହାପ୍ରଭୁ ଙ୍କ ସୁନାବେଶ

98

ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ମହାପାର୍ବଣ ଦଶହରା । ଆଜି ବିଜୟା ଦଶମୀ I ଭାରତ ବର୍ଷ ରେ ପାଳନ କରାଯାଉଥିବା ଏହି ମହାପାର୍ବଣ ର ଅନ୍ତିମ ଦିନ କୁ ଦଶହରା ବୋଲି କୁହାଯାଏ I ବିଜୟ ଦଶମୀ ହେଉଛି ଅଧର୍ମ ଉପରେ ଧର୍ମର ବିଜୟ ,ଅସତ୍ୟ ଉପରେ ସତ୍ୟ ର ବିଜୟ ତେଣୁ ଏହାକୁ ବିଜୟ ଦଶମୀ କୁହାଯାଏ Iଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ଅନ୍ୟପଟେ ଏହି ଅବସରରେ ଆଜି ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ସୁନାବେଶରେ ସଜେଇ ହେଇଛନ୍ତି ମହାପ୍ରଭୁ । ନୂଆଲୁଗା ପରେ କିରିଟି, ଚୂଳ. ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ . ହରିଡାମାଳ, ତବିକମାଳ ଭଳି ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥାନ୍ତି । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଧାରରେ ଦର୍ଶନ ବନ୍ଦ କରାଯାଇଛି । ଫଳରେ ଭକ୍ତମାନେ ଚିତାକର୍ଷକ ସୁନାବେଶ ଦର୍ଶନ କରିପାରିବେ ନାହିଁ ।

Leave A Reply

Your email address will not be published.