ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଲା

13

ରାତି ୧୦.୨୦ ମିନିଟ୍‌ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ମହାଦୀପ ଉଠିଛି I ହର ହର ମହାଦେବ ଓଁ ନମୋ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ବାବା ଲିଙ୍ଗରାଜଙ୍କ ମନ୍ଦିର ପରିସର I ଗତ ଦୁଇ ବର୍ଷ ଧରି କରୋନା ର ଭୟାବହତା କୁ ନେଇ ଶିବରାତ୍ରି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ପାଳନ ହେଉଥିବା ବେଳେ ଏଥର କରୋନା କଟକଣାକୁ ହଟାଇ ଦିଆଯାଇଛି I ଏହା ସହିତ ମହାଶିବରାତ୍ରୀ ପାଇଁ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡିସିପି ଉମାଶଙ୍କର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ୨୦ ମିନିଟ ବିଳମ୍ବ ରେ ମହାଦୀପ ଉଠିଥିଲା I ମହାଦୀପ ଦର୍ଶନ କରି ଶ୍ରଦ୍ଧାଳୁ ନିଜର ମହାଶିବ ରାତ୍ରି ବ୍ରତ ପାଳନ କରିଛନ୍ତି I ।

Comments are closed, but trackbacks and pingbacks are open.