ଚେୟାର ପାଇଁ କଂଗ୍ରେସ ନେତାଙ୍କ କଳି, ପ୍ରେସମିଟରେ ତଳେ ହେଲେ ଗଡ଼ାଗଡ଼ି

37

ରାଉରକେଲା: ଚେୟାରରେ ବସିବାକୁ ନେଇ ହାତାହାତି ହେଲେ କଂଗ୍ରସ ନେତା । ପ୍ରେସମିଟରେ କିଏ ବସିବ ଆଗ ଧାଡ଼ିରେ ? ଯାହାକୁ ନେଇ ରାଉରକେଲାରେ ଦୁଇ ପୁରୁଖା କଂଗ୍ରେସ ନେତା ହାତାହାତି ହୋଇଛନ୍ତି ।

ରାଉରକେଲା କଂଗ୍ରେସ ପକ୍ଷରୁ କୌଣସି ପ୍ରସଙ୍ଗକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା । ହେଲେ ସାମ୍ବାଦିକ ସମ୍ମିଳନୀରେ କିଏ ଆଗ ଧାଡ଼ିରେ ବସିବ ତାକୁ ନେଇ ହାତାହାତି ହୋଇଥିଲେ ଏଆଇସିସି ସଦସ୍ୟ ଉମେଶ ସରଣ ଓ ପିସିସି ସଦସ୍ୟ ସବିର ହୁସେନ୍ ।

ସମସ୍ତଙ୍କ ସାମ୍ନାରେ ଗଣମାଧ୍ୟମ କ୍ୟାମେରା ଆଗରେ ଦୁଇ ନେତା ହାତାହାତି ହେବା ସହ ତଳେ ଗଡ଼ାଗଡ଼ି ହୋଇ ପରସ୍ପରକୁ ଆକ୍ରମଣ କରିଛନ୍ତି । ସ୍ଥିତି ଏମିତି ହୋଇଥିଲା ଯେ ପ୍ରେସମିଟ୍ ସମ୍ପୂର୍ଣ୍ଣ ହୋଇ ପାରି ନଥିଲା ।

ବିଗତ କିଛି ବର୍ଷ ଧରି ରାଜ୍ୟ କୁହନ୍ତୁ ଅବା ରାଉରକେଲାରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏଭଳି ସ୍ଥିତିରେ ଦଳରେ ଭିତରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଆଉ ଏବେ ଚେୟାର ପାଇଁ ହାତାହାତି କଂଗ୍ରେସ କର୍ମୀଙ୍କୁ ହତୋତ୍ସାହିତ କରିଥିବା ଚର୍ଚ୍ଚା ହେଉଛି ।

Comments are closed, but trackbacks and pingbacks are open.