ସତ୍ୟ ହେଲା ଅଭିଯୋଗକାରୀଙ୍କ ଅଭିଯୋଗ

431

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଶିଶୁ ବଦଳ ଅଭିଯୋଗ ଘଟଣା । ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ, ପୁଅ ନୁହେଁ ଝିଅ ହିଁ ହୋଇଥିଲା । ସ୍ପଷ୍ଟ ହେଲା ଅଭିଯୋଗକାରୀ ଯୁବକଙ୍କ ଝିଅ ହୋଇଥିଲା । ଡିଏନଏ ସାମ୍ପଲ ମ୍ୟାଚ କରିଥିବା କହିଲେ ଡିସିପି ପ୍ରତୀକ ସିଂ । ତେବେ କିଛି ଦିନ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଏହି ଘଟଣାକୁ ନେଇ ତୁମ୍ବିତୁଫାନ ହୋଇଯାଇଥିଲା । କିନ୍ତୁ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିଛି । ଅଭିଯୋଗକାରୀଙ୍କ ଝିଅ ଅଛି ।

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ । ଅଭିଯୋଗ ଅନୁସାରେ ଭୁବନେଶ୍ୱରରେ ରହୁଥିବା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ଗର୍ଭବେଦନା ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା ।

ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ । ଏହା ସହ ଡିଏନଏ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

Comments are closed, but trackbacks and pingbacks are open.