ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରିବ କମିଶନରେଟ୍ ପୋଲିସ

30

ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରିବ କମିଶନରେଟ୍ ପୋଲିସ । ଜଗତସିଂହପୁର ପୋଲିସ ପତ୍ର ଅନୁସାରେଏହି ସମ୍ବେଦନଶୀଳ କେଶ ର ତଦନ୍ତ କରିବ କମିଶନରେଟ ପୋଲିସ । ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଲାଲବାଗ୍ ଥାନା ପୋଲିସ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କଟକ ଏସସିବିର ସିସିଟିଭି ଫୁଟେଜକୁ ଆଧାର କରି ଅନୁସନ୍ଧାନ କରିବା ଆରମ୍ଭ କରିଛି । ଏହାପରେ ଭୁବନେଶ୍ବର ଆସି ମାଷ୍ଟରକ୍ୟାଣ୍ଟିନଠାରୁ ବିଧାନସଭା ପର୍ଯ୍ୟନ୍ତ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବ ।

ଘଟଣା ପୂର୍ବରୁ ଦୁଷ୍ମନ୍ତ ଘରୁ ବାହାରିବା ପରେ କାହା କାହା ସମ୍ପର୍କରେ ଥିଲେ କେଉଁ ଭଳି ଭାବରେ ଭୁବନେଶ୍ୱର ପହଂଚିଥିଲେ ସମସ୍ତ ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କମିଶନରେଟ ପୋଲିସ ଭୁବନେଶ୍ବରରେ ପହଞ୍ଚିବା ପରେ ସେ କାହା କାହା ସହ ମୋବାଇଲରେ କଥା ହୋଇଥିଲା ତାଙ୍କ ମୋବାଇଲ କଲ ଡିଟେଲସ କୁ ବି ଯାଞ୍ଚ କରାଯିବ ଦୁଷ୍ମନ୍ତ ନିଜ ଇଚ୍ଛାରେ ଆସିଥିଲେ ନାଁ ତାଙ୍କୁ କେହି ଭୁବନେଶ୍ବର ଆସିବାକୁ ପ୍ରବର୍ତ୍ତାଇଥିଲେ ? ଦୁଷ୍ମନ୍ତ ଯେଉଁ ବିଷ ପିଇଥିଲେ ? ତାହାକୁ ସେ ନିଜେ କିଣିକି ଆଣିଥିଲେ ନା ଅନ୍ୟ କେହି ତାଙ୍କୁ ବିଷ ଆଣିଦେଇଥିଲେ ? ଏ ସମସ୍ତ ଘଟଣାର ତଦନ୍ତ କରିବ ଲାଲବାଗ ଥାନା ପୋଲିସ । ଯଦି ଏହି ମାମଲାରେ କାହାର ବି ସମ୍ପୃକ୍ତି ରହିବ ତାକୁ ଗିରଫ କରିବ କମିଶନରେଟ୍ ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୭ ତାରିଖରେ ବିଧାନସଭା ଚାଲିଥିବା ବେଳେ ଦୁଷ୍ମନ୍ତ ନିଜ ହାତ କାଟି ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ସେ ବିଷ ପିଇ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରବର୍ତ୍ତୀ ସମୟରେ ଏସସିବିକୁ ପଠାଇଥିଲେ । ସେଠାରେ ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ଏସସିବି ଡାକ୍ତର। ଏହାପରେ ଦୁଷ୍ମନ୍ତଙ୍କ ମା’ ତାଙ୍କୁ ଦୁଇ ଜଣ ଯୁବକ ଡାକି ନେଇଥିବା ଅଭିଯୋଗ ମଧ୍ୟ କରିଥିଲେ ।

Leave A Reply

Your email address will not be published.