୪୭ ବର୍ଷ ପରେ ଚନ୍ଦ୍ରର ସବୁଠୁ ସ୍ପଷ୍ଟ ଫଟୋ

27

ୱାଶିଂଟନ୍‌: ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ଓରିୟନ୍ ସ୍ପେସ୍‌କ୍ରାଫ୍‌ଟ ଚନ୍ଦ୍ରର ଅତି ନିକଟରୁ ଫଟୋ ଉଠାଇଛି । ନିକଟରେ ନାସ ନିଜର ସବୁଠୁ ଶକ୍ତିଶାଳୀ ରକେଟ୍ ‘ସ୍ପେସ୍ ଲାଞ୍ଚ୍ ସିଷ୍ଟମ୍‌’ ଦ୍ୱାରା ଚନ୍ଦ୍ରର ପରିକ୍ରମା ପାଇଁ ଓରିୟନ୍ ସ୍ପେସ୍‌କ୍ରାଫ୍ଟ ପଠାଇଥିଲା । ନାସାର ମାନବ ମୁନ୍ ମିଶନ୍ ‘ଆର୍ଟେମିସ୍‌’ର ପ୍ରଥମ ଚରଣ ଆର୍ଟେମିସ୍‌-୧ ମିଶନ୍‌ର ଏହା ଅଂଶବିଶେଷ । ଚନ୍ଦ୍ରର ଏହି ଫଟୋଗୁଡ଼ିକ ଓରିୟନ୍‌ର ଅପ୍ଟିକାଲ୍ ନେଭିଗେସନ୍ ସିଷ୍ଟମ୍‌ରୁ ନିଆଯାଇଛି । ନାସାର ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ୍ ଅନୁସାରେ ଓରିୟନ୍‌ର ଅପ୍ଟିକାଲ୍ ନେଭିଗେସନ୍ ସିଷ୍ଟମ୍ ପୃଥିବୀ ଏବଂ ଚନ୍ଦ୍ରର ଫଟୋଗୁଡ଼ିକ ଭିନ୍ନ ଭିନ୍ନ ଦୂରତା ଏବଂ ସ୍ଥାନରୁ ଉଠାଇଛି । ଫଟୋଗୁଡ଼ିକ ରଙ୍ଗୀନ ନୁହେଁ, ବରଂ କଳା ଓ ଧଳା । ଏହି ସିଷ୍ଟମ୍ ଦ୍ୱାରା ଉଠାଯାଇଥିବା ଚନ୍ଦ୍ରର ୪ ଅଞ୍ଚଳର ଫଟୋକୁ ପୋଷ୍ଟ୍‌ରେ ଶେୟାର କରାଯାଇଛି । ଏହା ୧୯୭୫ ଆପୋଲୋ ମିଶନ୍ ଶେଷ ହେବାପରେ ଉଠାଯାଇଥିବା ଚନ୍ଦ୍ରର ସବୁଠୁ ନିକଟତର ଫଟୋ ।

Comments are closed, but trackbacks and pingbacks are open.