ଭୁବନେଶ୍ବର: ସୁପର ସନଡେ’ରେ ହେବ ସୁପର ଫାଇଟ୍। ରବିବାର ଦିନ ଗୋଟାଏରୁ କମ୍ପିବ କଟକ । ଆଜି ବାରବାଟୀ ଷ୍ଟାଡିୟମ୍ କ୍ରିକେଟ୍ ମ୍ୟାଚ୍ ଦେଖିବେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି। ମୁଖ୍ୟମନ୍ତ୍ରୀ ଖେଳ ଆରମ୍ଭରୁ ଶେଷ ହେବା ପର୍ୟ୍ୟନ୍ତ ମ୍ୟାଚ୍ ଦେଖିବେ ବୋଲି ପୁଲିସ୍ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ମ୍ୟାଚ୍ ଦେଖିବାକୁ ରାଜ୍ୟ କ୍ୟାବିନେଟ୍ର ପ୍ରାୟ ଅଧିକାଂଶ ମନ୍ତ୍ରୀ, ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ବହୁ ଭିଭିଆଇପି ଆସୁଥିବାରୁ କଟକ-ଭୁବନେଶ୍ୱର ଏନ୍ଏଚ୍ ସମେତ ବାରଙ୍ଗ- ତ୍ରିଶୁଳିଆ ରାସ୍ତା, ମହାନଦୀ ରିଂ ବନ୍ଧ ଓ କାଠଯୋଡ଼ି ରିଂ ବନ୍ଧ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ଫୋର୍ସ ସଂଖ୍ୟା ବଢ଼ାଇ ଦିଆଯାଇଛି ।
Comments are closed, but trackbacks and pingbacks are open.