ଆସନ୍ତା ୨୪ରେ ପୁରୀ ଗସ୍ତରେ ଯାଇ ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

123

ଆସନ୍ତା ୨୪ ତାରିଖରେ ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ ପୁରୀରେ ପହଞ୍ଚିଛନ୍ତି।

ପ୍ରଥମେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିସାରିବା ପରେ ଉତ୍ତର ଦ୍ଵାର ପାଖ ଐଶାନ୍ୟ କୋଣରେ ଚାଲିଥିବା ଯଜ୍ଞ ସ୍ଥଳ, ସଭା ସ୍ଥଳ ଓ ଶିଳାନ୍ୟାସ ସ୍ଥଳ ବୁଲି ଦେଖିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ସମସ୍ତ ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଅବଗତ କରାଇଥିଲେ।‌ଲା ।
ସୂଚନାନୁସାରେ ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ସୋମବାରଠାରୁ ତିନି ଦିନିଆ ଯଜ୍ଞ ଆରମ୍ଭ ହୋଇଛି। ରବିବାର ଅଙ୍କୁରାରୋପଣ, ଅଧିବାସ ବିଧି ସମ୍ପର୍ଣ୍ଣ ହେବା ପରେ ସକାଳୁ ଯଜ୍ଞ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ନରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯଜ୍ଞ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ଟାଟା ପ୍ରୋଜେକ୍ଟକୁ ଏହି ପ୍ରକଳ୍ପର ଟେଣ୍ଡର ଦିଆଯାଇଛି। ପ୍ରସ୍ତାବିତ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ସୁବିଧା ଓ ଧର୍ମ ଭାବନା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା କରାଯାଉଛି। ଆସନ୍ତା ୨୪ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ଦୁଇ ଘଣ୍ଟା ସମୟ ଅତିବାହିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଏହି ପ୍ରକଳ୍ପ ର ଶିଳାନ୍ୟାସ ସ‌ହିତ ପ୍ରକଳ୍ପ ପାଇଁ ଜମିଦାନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Leave A Reply

Your email address will not be published.