ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଳିବ ସମ୍ମାନ

34

ରାଜ୍ୟ ପାଇଁ ପୁଣି ଗୌରବ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାକୁ ସମ୍ମାନ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ବି ମିଳିବ ପୁରସ୍କାର । ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ । ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ । ବିରୋଧୀଙ୍କ ଟାର୍ଗେଟ ପରେ ଟାର୍ଗେଟ । ହେଲେ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଭାବରେ ପରିଗଣିତ ହେଉଥିବା ନବୀନ ପଟ୍ଟନାୟକଙ୍କୁ ତ ବହୁ ସମ୍ମାନରେ ସମ୍ମାନିତ କରାଯାଇଛି । ଏବେ ତାଙ୍କ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀକୁ ମଧ୍ୟ ପୁରସ୍କାର ମିଳିବାକୁ ଯାଉଛି । ଗତ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାର ଆସିକା ଥାନାକୁ ଦେଶର ସର୍ବଶ୍ରେଷ୍ଠ ଥାନା ପାଇଁ ପୁରସ୍କାର ଦିଆଯାଇଥିବା ବେଳେ ଏବେ ପୁଣି ଥରେ ଜିଲ୍ଲାକୁ ସମ୍ମାନ ମିଳିବାକୁ ଯାଉଛି । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ ଘୋଷଣା ହୋଇଛି । ଗଂଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ଭାବେ ଘୋଷଣା ହୋଇଛି । ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁର କଣଚୁରା ପଞ୍ଚାୟତକୁ ପୁରସ୍କାର ପାଇଁ ଚୟନ କରାଯାଇଛି ।

ପରିମଳ ଓ ସବୁଜ ପଞ୍ଚାୟତ ପାଇଁ ଏହି ବ୍ଲକ ଅନ୍ତର୍ଗତ ସ୍ୟାସନ ଅମ୍ବାଗାମ, ଭଂଜନଗର ବ୍ଲକ କୁଲାଡ ପଞ୍ଚାୟତକୁ ସାମାଜିକ ସୁରକ୍ଷା ପାଇଁ ପୁରସ୍କାର ମିଳିବ । ସେହିପରି ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଂଚାୟତ ପୁରସ୍କାର ପାଇଁ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ଚୟନ ହୋଇଛି ।

Comments are closed, but trackbacks and pingbacks are open.